ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା
ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ପାରାଦୀପ ଠାରୁ ଦକ୍ଷିଣରେ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଖୁବଶୀଘ୍ର ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ଏକ ଦୁର୍ବଳ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ବାଂଲାଦେଶ ମୁହାଁ ହେବ। ପ୍ରଭାବରେ ସୋମବାରଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହେବ ବାତ୍ୟା ହାମୁନ୍। ୨୬ ତାରିଖରେ ଛୁଇଁବ ସ୍ଥଳଭାଗ । ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଦେଇ କରିବ ଗତି । ସ୍ଥଳଭାଗ ଠାରୁ ଦେଢ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଯିବ ବାତ୍ୟା । ପ୍ରଭାବରେ କାଲିଠୁ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ଘଣ୍ଟାପ୍ରତି ବହିବ ୬୦ ରୁ ୭୦ କିମି ବେଗରେ ପବନ।