ଓଡ଼ିଶାରେ ପଡ଼ିବନି ବାତ୍ୟାର ବିଶେଷ ପ୍ରଭାବ

ଦିଲ୍ଲୀ : ଓଡ଼ିଶାରେ ପଡ଼ିବନି ବାତ୍ୟାର ବିଶେଷ ପ୍ରଭାବ  । ସମ୍ଭାବ୍ୟ ବାତ୍ୟାକୁ ନେଇ IMD ଡିଜି  ମୃତ୍ୟୁଞ୍ଜୟ ମହାପାତ୍ର ଏଭଳି କହିଛନ୍ତି । ଗତକାଲି ସୃଷ୍ଟି ହୋଇଥିବା ଅବାପାତଟି କ୍ରମଶଃ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି ।  ଆଜି ସକାଳେ ଏହା ଏକ ଗଭୀର  ଅବପାତରେ ପରିଣତ ହୋଇଛି ।  ଏହା କ୍ରମଶଃ ଘନୀଭୂତ ହୋଇ  ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ୧୮ ତାରିଖ ସକାଳେ ବାଂଲାଦେଶର ଖେପୁପୁରା ଏବଂ ମଙ୍ଗଳା ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ । ପବନର ବେଗ ଅତି ବେଶୀରେ ଘଣ୍ଟା ପ୍ରତି 70ରୁ 80 କିମି ହୋଇପାରେ ।