୭ ଜିଲ୍ଲାକୁ ରେଡ୍ ଆଲର୍ଟ
ରାଜ୍ୟରେ ବର୍ତ୍ତମାନ ଅସହ୍ୟ ଗରମ ସହିତ ଗୁଳୁଗୁଳି ଜାରି ରହିଥିବା ବେଳେ ଆହୁରି ୪୮ ଘଣ୍ଟା ଜନଜୀବନ ଅସ୍ତବ୍ୟସ୍ତ କରିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି। ଏହାସହ କାଳବୈଶାଖୀ ଯୋଗୁଁ ୪ ଦିନ ଯାଏ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୨ ଦିନ ଯାଏ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଂଟାରେ କୋରାପୁଟ, ରାୟଗଡା, ଗଂଜାମ, ନବରଙ୍ଗପୁର, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର,ଭଦ୍ରକ, କେନ୍ଦୁଝର ଝାରସୁଗୁଡା ଓ ସୁନ୍ଦରଗଡ ଏହି ୧୧ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ୫୦ ରୁ ୬୦ କିମି ଝଡ଼ ପବନର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଙ୍ଗ ଜାରି ହୋଇଛି।