ସୃଷ୍ଟି ହେଲା ଲଘୁଚାପ

ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ହେଲେ ଏହାର ପ୍ରଭାବ ଅଧିକ ରହିବ ନାହିଁ। କାଁଭାଁ ସ୍ଥାନରେ ବର୍ଷା ରହିବ। ଆଗାମୀ ୭ ଦିନ ଯାଏ ରାଜ୍ୟରେ ହାଲୁକରୁ ମଧ୍ୟମଧରଣର ବର୍ଷା କାଁଭାଁ ସ୍ଥାନରେ ରହିବ। ଆସନ୍ତା ୨୪ ଘଣ୍ଟା ମୁଖ୍ୟତଃ ପାଗ ଶୁଖିଲା ସହ କାଁଭାଁ ସ୍ଥାନରେ ବର୍ଷା ରହିବ।ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଂଜ ଓ କେନ୍ଦୁଝରରେ ହାଲୁକରୁ ମଧ୍ୟମଧରଣର ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।