ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ ବାୟୁ । ସାଧାରଣତଃ ଭାରତରୁ ୧୭ ସେପ୍ଟ୍ବେମ୍ବର ହେଉଛି ମୌସୁମୀ ଫେରିବା ସମୟ । ଚଳିତ ବର୍ଷ ୮ ଦିନ ବିଳମ୍ବରେ ଭାରତରେ ପହଞ୍ଚିଥିଲା ।୨ ଜୁଲାଇରେ ଦେଶର ସବୁ ଅଞ୍ଚଳକୁ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୮୫ ଦିନ ପରେ ଲେଉଟିବା ଆରମ୍ଭ ହୋଇଛି । ଅର୍ଥାତ ଚଳିତବର୍ଷ ୮ ଦିନ ବିଳମ୍ବରେ ବି ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗକୁ ଦେଶର ଅନ୍ୟ ଭାଗରୁ ବିଦାୟ ନେବ । ଏପଟେ ଓଡ଼ିଶାରୁ କେବେ ଫେରିବ ମୌସୁମୀ ବାୟୁ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ସାଧାରଣତଃ ଅକ୍ଟୋବର ୧୫ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରୁ ଫେରିଥାଏ । ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଲଘୁଚାପ ଓ ଅବପାତର ରୂପ ନେଇପାରେ ।
Trending
- ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମଦାବାଦରେ ମୃତ୍ୟୁ
- ବିମାନ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
- ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ 1 କୋଟି ଦେବ ଟାଟାଗ୍ରୁପ
- ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ, 170 ମୃତ
- ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ
- ପାର୍ଟ ପ୍ଲଟ୍ ଲାଗି ଆଇନରେ ସଂଶୋଧନ ଆଣିଛି ଗୃହ ଓ ନଗର ଉନ୍ନୟନ ବିଭାଗ,ଫଳରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି
- ହାତୀବେଶରେ ଭକ୍ତଙ୍କୁ ଦର୍ଶଦ ଦେଇଛନ୍ତି ଶ୍ରୀଜିଉ
- ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ
- ସ୍ନାନ ପୂର୍ଣ୍ଣିମାରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା
Next Post