ଓଡ଼ିଶାର ବିଭିନ୍ନ ଜିଲ୍ଲା କାଳବୈଶାଖୀର ପ୍ରଭାବକୁ ନେଇ ଚେତାବନୀ ଜାରି କରାଯାଇଛି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଉଛି । ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ିବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି ବେଗରେ ପବନ ବହିପାରେ । ଏହି କାଳବୈଶାଖୀର ପ୍ରଭାବକୁ ନେଇ ରାଜ୍ୟର ମୋଟ ୧୪ଟି ଜିଲ୍ଲାକୁ ଚେତାବନୀ ଜାରି କରାଯାଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ଏହି ଜିଲ୍ଲାମାନଙ୍କ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ ସମେତ କଟକ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼ ଆଦି ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ସେହିପରି ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲା ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ତାଲିକାରେ ସାମିଲ ରହିଛନ୍ତି । ୧୪ଟି ଜିଲ୍ଲାର ସ୍ଥାନେ ସ୍ଥାନେ ୭-୧୧ ମିମି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହାବ୍ୟତୀତ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post