ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଉଛି । ସମ୍ଭାବ୍ୟ ଲଘୁଚାପଟି ୨୪ କିମ୍ବା ୨୫ ତାରିଖ ବେଳକୁ ଉପକୂଳ ନିକଟତର ହେବ ବୋଲି ଜିଏଫ୍ଏସ୍ ମଡେଲ୍ ସୂଚନା ଦେଉଛି ।ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପର ରୂପରେଖ ଓ ତୀବ୍ରତା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ବିହାର ଠାରୁ ଦକ୍ଷିଣ ବାଂଲାଦେଶ ପର୍ଯ୍ୟନ୍ତ ଏକ ଟ୍ରପଲାଇନ୍ ରହିଛି । ପ୍ରଭାବରେ ଆସନ୍ତା ୧୮ ବେଳକୁ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।