ବଦଳୁଛି ପାଗ

ହାଲୁକା ଧରଣର ବର୍ଷା

ଓଡ଼ିଶାରେ ବଦଳୁଛି ପାଗ । ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବ ଉପକୂଳର କିଛି ଅଞ୍ଚଳରେ ମଧ୍ୟମରୁ ହାଲୁକା ଧରଣର ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲାର ଗୋପ ଠାରେ ସର୍ବାଧିକ ୧୨ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀ ସହରରେ ୯ ମିମି ବର୍ଷା ରେକର୍ଡ କରାଯାଇଛି, ଜଗତସିଂପୁର, ଖୋର୍ଦ୍ଧା, ଗଞ୍ଜାମ ସହ ଉପକୂଳ ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି ।