ରାଜ୍ୟରେ ପହିଲି ଶୀତ ଅନୁଭବ ହୋଇଛି । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି । ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ। ଜି.ଉଦୟଗିରି, ଫୁଲବାଣୀ, କୋରାପୁଟ ଏବଂ ଦାରିଙ୍ଗବାଡିର ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି । ଅନୁଗୁଳ, ଭବାନୀପାଟଣା, କେନ୍ଦୁଝର, ସୋନପୁର, ନବରଙ୍ଗପୁର ଏବଂ ରାଉରକେଲାରେ ବି ଶୀତ ଅନୁଭୁତ ହୋଇଛି । ଏହାସହ ଉପକୂଳ ଓଡ଼ିଶାରେ ସଂନ୍ଧ୍ୟା ଏବଂ ସକାଳେ ସାମାନ୍ୟ ଶୀତ ଅନୁଭବ କରିଛନ୍ତି ଲୋକେ । ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Trending
- ଭାରତୀୟ ଡାକର ଡିଜିଟାଲ୍ ପରିବର୍ତ୍ତନ
- ଏମ୍ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅର୍ନ୍ତଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
- ପୁଣି ଜଳିଗଲେ ଛାତ୍ରୀ: ପ୍ରେମିକ କରୁଥିଲା ବ୍ଲାକ୍ ମେଲ୍
- ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ମୃତ, 50 ନିଖୋଜ
- ଆଜି ଏନଡ଼ିଏ ସଂସଦୀୟ ଦଳ ବୈଠକ
- ବଳଙ୍ଗା ପୀଡ଼ିତାଙ୍କର ଅନ୍ତିମ ସଂସ୍କାର
- ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
Prev Post