କଲବଲ କରୁଛି ଘନ କୁହୁଡ଼ି
ରାଜ୍ୟରେ ଶୀତ ଲହରୀ ସହ କଲବଲ କରୁଛି ଘନ କୁହୁଡ଼ି । ଦୃଶ୍ୟମାନ ଦୂରତା ୫୦ ମିଟରୁ କମ ରହୁଥିବାରୁ ବଢୁଛି ଦୁର୍ଘଟଣା ଘଟିବାର ଭୟ । ଆଜି ସକାଳ ସାଢ଼େ ୮ଟା ମଧ୍ୟରେ ୧୪ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ୟଲୋ ଆର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ୧୯ ଜିଲ୍ଲା ଏବଂ ୧୧ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ୧୧ ଜିଲ୍ଲାରେ ଘନ କୁହୁଡ଼ଇ ନେଇ ସତର୍କ କରାଯାଇଛି ।