କମିବ ଶୀତ

କମିବ ଶୀତ। ବଢିବ କୁହୁଡି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ବୃଦ୍ଧି  ଘଟିଥିବା ବେଳେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ଆହୁରି ୨ଡ଼ିଗ୍ରୀରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତନ ଦେଖା ଦେବନି । ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ 5.8 ଡିଗ୍ରି ସେଲସିୟସ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ 14.8 ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି ।ପାହାଡିଆ ଅଞ୍ଚଳରେ ଅଧିକ ଶୀତ ଅନୁଭୁତ ହେଉଛି ।