ଆଜିଠୁ ପାଗ ଶୁଖିଲା ରହିବ

ଦକ୍ଷିଣପୂର୍ବ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଯାଇଛି। ଏଥିରେ କିନ୍ତୁ ଆଜିଠୁ ଲାଗିବ ବ୍ରେକ୍‌ । କମିବ ବର୍ଷାର ପରିମାଣ । ବର୍ଷାର ପରିମାଣ କମିବା ପରେ ଜାରି ହୋଇଥିବା ୟେଲୋ ୱାର୍ଣ୍ଣିଂକୁ ହଟାଇ ଦିଆଯାଇଛି । ଅବଶ୍ୟ ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି ଓ କେନ୍ଦୁଝର । ଏହି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।