ସାରା ରାଜ୍ୟରେ ଲଗାତାର ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଯାହାର ପ୍ରଭାବରେ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ସର୍ବାଧିକ ୫୫.୫ମିମି ବର୍ଷା ରେକର୍ଡ କରାଯାଇଛି। ଏହାସହିତ ଦାରିଙ୍ଗିବାଡ଼ିରେ ୪୩, ଟିଟିଲାଗଡ଼ରେ ୨୩, କେନ୍ଦୁଝରଗଡ଼ରେ ୮.୭, ଫୁଲବାଣୀରେ ୭.୮, କୋରାପୁଟରେ ୭.୬, ଚାନ୍ଦବାଲିରେ ୪.୮, ଯାଜପୁରରେ ୪, ବାଲେଶ୍ବରରେ ୨.୨ ଓ ଅନୁଗୁଳ ଓ ଭଦ୍ରକରେ ୧ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତାକାଲି ମଧ୍ୟ ଏହି ସବୁ ଜିଲ୍ଲା ଓ ସହର ସହ ଅନ୍ୟ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୩୦ ତାରିଖରେ ମୌସୁମୀ କେରଳ ଉପକୂଳ ଛୁଇଁଥିଲା। ଠିକ୍ ୮ ଦିନ ପରେ ଏହା ଓଡ଼ିଶା ଛୁଇଁଛି। ସାଧାରଣତଃ ଜୁନ୍ ୧୦ ତାରିଖ ପରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥାଏ। ସ୍ୱାଭାବିକ ସମୟର ୨ ଦିନ ପୂର୍ବରୁ ମୌସୁମୀ ଓଡ଼ିଶାରେ ପହଞ୍ଚିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Trending
- ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀ ନିଖୋଜ
- ମଦ ନୀତି ଅନୁଧ୍ୟାନ କରିବେ ସରକାର
- ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫କୁ ବୃଦ୍ଧି
- ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩ ବୃଦ୍ଧି
- ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ
- ସିନ୍ଦୂର ଆମ ପରମ୍ପରା। ସିନ୍ଦୂର ନାରୀ ଶକ୍ତିର ପ୍ରତିକ – ମୋଦୀ
- ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ
- ଆଜି ପୁଞ୍ଚ ଯାତ୍ରା କରିବେ ଶାହ
- ଆଇପିଏଲ ଫାଇନାଲରେ ପ୍ରବେଶ କଲା ଆରସିବି
Prev Post
Next Post