ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ସେଥିରୁ ଗୋଟିଏ ବି ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟରେ ଶାସନ ଦିଗହରା ହୋଇଥିବା ବେଳେ ମୋହନ ସରକାର ମିଛ ବିକାଶର ଡିଣ୍ଡିମ ପିଟୁଛନ୍ତି।
ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଓ ଅପରାଗ ସରକାରଙ୍କଠାରୁ ବିକାଶ ଆଶା କରିବା ବୃଥା ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି। ଆଜି କଂଗ୍ରେସ ଭବନରେ ‘ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଜିଲ୍ଲସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି।
ଶ୍ରୀ ବାହିନୀପତି କହିଲେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସମ୍ବିଧାନ ସୁରକ୍ଷା ନେଇ ଡାକରା ଦେଇଛନ୍ତି। ତାହାକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ କର୍ମୀମାନେ ଏକ ସଂଗ୍ରାମ ଭାବେ ଗଢ଼ି ତୋଳିବାକୁ ସଂକଳ୍ପ ନେଇଛନ୍ତି। ରାଜ୍ୟରେ ଛାତ୍ରୀମାନେ କୁଆଁରୀ ମା’ ହେବା ଏ ସରକାରର ଶାସନ ବ୍ୟବସ୍ଥାର ନଗ୍ନତାକୁ ପ୍ରମାଣିତ କରୁଛି। ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହତାଶା ଭିତରେ ଜୀବନ ବିତାଉଛନ୍ତି।