ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ପୃଥିବୀରେ ଥିବା ୭ଟି ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗିଜା ପିରାମିଡ ଅନ୍ୟତମ । ଏହି ପିରାମିଡ ବହୁ ପ୍ରାଚୀନକାଳରୁ ଅକ୍ଷୁର୍ଣ୍ଣ ଅଛି । ଗିଜାର ଗ୍ରେଟ ପିରାମିଡ ଖୁଫୁର ପିରାମିଡ ବା ଚୋପ୍ସର ପିରାମିଡ ଭାବରେ ଜଣାଶୁଣା । ଏହି ପିରାମିଡ ୪ର୍ଥ ରାଜବଂଶର ଇଜିପ୍ଟର ଫାରୋ ଖୁଫୁଙ୍କ ପାଇ ଏକ ସମାଧି ଭାବରେ ନିର୍ମିତ ହୋଇଥିଲା ।ଯାହା ଖ୍ରୀଷ୍ଟପୂର୍ବ ୨୬ତମ ଶତାଦ୍ଦୀରେ ପ୍ରାୟ ୨୭ ବର୍ଷ ମଧ୍ୟରେ ନିର୍ମିତ ହୋଇଥିଲା । ଦୀର୍ଘ ୩୮୦୦ ବର୍ଷରୁ ଅଧିକ କାଳ ଧରି ପୃଥିବୀର ମନୁଷ୍ୟକୃତ ସ୍ଥାପତ୍ୟର ଏକ ଅଦ୍ଭୁତ କଳା କାରିଗରୀ ଆଜି ମଧ୍ୟ ଅଛି ।
ଏହାର ଭୂମିର ଦୈର୍ଘ୍ୟ ୭୫୫.୬ଫୁଟ ଓ ପ୍ରାରମ୍ଭିକ ଉଚ୍ଚତା୪୮୧ ଫୁଟ ରହିଛି । ପରେ ଏଥିରୁ କିଛି ମସୃଣ ପଥର କାଢି ନିଆଯିବା ପରେ ଏହାର ଉଚ୍ଚତା ୪୫୪.୪ଫୁଟରେ ରହିଛି । ଏହାର ମୂଳଦୁଆରେ ଥିବା ମୁଗୁନି ପଥରରେ ଖଣ୍ଡ ଗୁଡିକ ଡଙ୍ଗାରେ ନୀଳନଦୀର ଅବବାହିକାରୁ ଆସିଛି । ଏହାର ଉପରେ ଲାଗିଥିବା ଚୂନପଥର ସବୁ ଗିଜା ଉପତ୍ୟକାରୁ ସଂଗ୍ରହ କରାଯାଇଛି । ଏହାର ଆଭ୍ୟନ୍ତରରେ ତିନିଟି କୋଠରୀ ରହିଛି । ସବୁଠୁ ନିମ୍ନରେ ରହିଥିବା କୋଠରୀଟି ଅର୍ଦ୍ଧନିର୍ମିର ରହିଛି ଯାହା ଉପରେ ସମଗ୍ର ପିରାମିଡ ଠିଆ ହୋଇଛି । ତାହାର ଟିକେ ଉପରକୁ ରହିଛି ରାଜା କୋଠରି ଓରାଣୀଙ୍କ କୋଠରୀ ଭାବେ ଦୁଇଟି କବର ରହିଛି । ଏଥିରେ ପ୍ରାୟ ୨୩ଲକ୍ଷ ଚୂନପଥରଖଣ୍ଡ ଲାଗିଥିବା ବେଳେ ପ୍ରତିଖଣ୍ଡର ଓଜନ ଅଢେଇ ଟନ ରହିଛି । ପିରାମିଡର ଚତୁପାଶ୍ୱର୍ରେ ଥିବା କମ୍ପେ୍ଲକ୍ସରେ ଦୁଇଟି ମର୍ଟାରୀ ମନ୍ଦିର ଅଛି ।