ମାଗ୍ନାଇଟ୍ ଫେସଲିଫ୍ଟ ଲଞ୍ଚ କାର୍
୪ ଅକ୍ଟୋବରରେ ଏହାର ନୂଆ କାର୍ ମାଗ୍ନାଇଟ୍ ଫେସଲିଫ୍ଟ ଲଞ୍ଚ କରିବାକୁ ଯାଉଛି । ଏ ବାବଦରେ କମ୍ପାନୀ ଏହାର କାର୍ ବୁକିଂ କରିବା ଆରମ୍ଭ କରି ଦେଇଛି । ବଡ କଥା ହେଉଛି ଏହି କାରର ଡେଲିଭରି ମଧ୍ୟ ଏହାର ଲଞ୍ଚର ପରଦିନ ଆରମ୍ଭ ହେବ । କାର୍ ଲଞ୍ଚ ହେବା ପୂର୍ବରୁ ମଧ୍ୟ ଫେସଲିଫ୍ଟର ଡିଟେଲ୍ସ ପ୍ରକାଶ ପାଇଛି । ଏହି କାରଟି ନୂଆ ଅପଡେଟ୍ ସହିତ ଆସିବାକୁ ଯାଉଛି ।ନୂଆ ଫେସଲିଫ୍ଟର, ଆପଣ ନୂଆ ବମ୍ବର ପାଇବା ସହିତ, ନୂଆ ହେଡଲ୍ୟାମ୍ପ ମଧ୍ୟ ପାଇପାରିବେ । ଏହା ସହିତ, ନୂଆ ଆଲୟ ହ୍ୱିଲ୍ଗୁଡିକ ଫେସଲିଫ୍ଟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଇଣ୍ଟେରିୟର ଅପଡେଟ୍ ବିଷୟରେ କହିବାକୁ ଗଲେ, ଗାଡିର ସିଙ୍ଗଲ୍ ପ୍ୟାନ୍ ଇଲେକ୍ଟ୍ରିକ୍ ସନ୍ ରୁଫ୍ ସହିତ ଆସିଥାଏ । କାରରେ ଏକ ବଡ଼ ୯-ଇଞ୍ଚ ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ୍ ମଧ୍ୟ ରହିଛି ।Nissan ମାଗ୍ନାଇଟ୍ ଫେସଲିଫ୍ଟ କାରର ଅପ୍ଡେଟ୍ ଭର୍ସନ ସୁଲଭ ମୂଲ୍ୟରେ ଆପଣ ପାଇବାକୁ ଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ୬ଲକ୍ଷ ରୁ ୧୧ଲକ୍ଷ ୨୭ ହଜାର ପର୍ଯ୍ୟନ୍ତ ଏହି କାରର ମୂଲ୍ୟ ରହିଛି । ତେବେ ମାଗ୍ନାଇଟ୍ ଫେସେଲିଫ୍ଟର ମୂଲ୍ୟ କ’ଣ ରହିବ ଏବେ ତାହା ଅପେକ୍ଷା ।