ଦରଖାସ୍ତ ଦିଅ ମନସ୍କାମନା ପୂର୍ଣ୍ଣ କର
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମର ପ୍ରଥା ପରମ୍ପରା କାହି କେତେ କାଳରୁ ରହିଆସିଛି । ଏହି ପରମ୍ପରା ଭିତରେ ରହି ଆସିଛି ଅନେକ ରହସ୍ୟ । ଯେଉ ରହସ୍ୟ ପାଇ କିଛି ମନ୍ଦିର ଚତ୍ମକାର ପାଲଟି ଯାଉଛି । ଏହି କିଛି ଚତ୍ମକାରକୁ ଲୋକଲୋଚନକୁ ଆଣିବାକୁ ଭାରତର ବିଭିନ୍ନ ମନ୍ଦିର ବିଷୟରେ ଜାଣିବାକୁ ପଡିବ । ଏହି ପରି ଏକ ଚତ୍ମକାରୀ ମନ୍ଦିର ରହିଛି ଉତ୍ତରାଖଣ୍ଡର ଗୋଲୁ ମନ୍ଦିର । ଯେଉଠି ଦରଖାସ୍ତ ଦେଇ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହେଉଛି । ଏହାକୁ ଦେବଭୂମି ବୋଲି ମଧ୍ୟ କହନ୍ତି । ଏପରି ଏକ ମନ୍ଦିର ହେଉଛି ଗୋଲୁ ଦେବତା ମନ୍ଦିର, ଯେଉଁଠି ମାନସିକ ପୂରଣ କରିବା ଲାଗି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଆସିଥାନ୍ତି। ଗୋଲୁ ଦେବତାଙ୍କୁ ସ୍ଥାନୀୟ ଲୋକେ ନ୍ୟାୟ ଦେବତା ବୋଲି ମାନନ୍ତି।ଗୋଲୁଦେବତା ଆଲମୋରାର ରହସ୍ୟମୟ ମନ୍ଦିରରେ ଭକ୍ତମାନଙ୍କ ହଜାର ହଜାର ଦରଖାସ୍ତକୁ ଗ୍ରହଣ କରିଥାଆନ୍ତି । ସବୁଠୁ ଆଶ୍ଚର୍ୟ୍ୟ ଜନକ କଥାହେଲା କେବଳ ଗୋଲୁଦେବତା ଦରଖାସ୍ତ ଗ୍ରହଣ କରିନଥାନ୍ତି, ସେ ମଧ୍ୟ ଦରଖାସ୍ତ ଅନୁଯାୟୀ ସମସ୍ତ ଶ୍ରଦ୍ଧାଳୁମାନଙ୍କ ମନୋସ୍କାମନା ପୂରଣ କରୁଥିବା ନେଇ ବିଶ୍ୱାସ କରାଯାଏ । ଆଲମୋରାର ଗୋଲୁମନ୍ଦିରରେ ହଜାର ହଜାର ଛୋଟ ବଡ଼ ଘଣ୍ଟି ବନ୍ଧା ଯାଇଥିବାର ନଜରକୁ ଆସିଥାଏ । ଭାରତର ପ୍ରାୟ ପ୍ରମୁଖ ମନ୍ଦିର ମଧ୍ୟରେ କପଡ଼ା, ଗୋଡ଼ି, ସୂତା ବା ପଥର ବନ୍ଧାଯାଇଥିବାର ଦେଖାଯାଇଥାଏ, କିନ୍ତୁ ଏଠାରେ ଥିବା ବିଭିନ୍ନ ବୃକ୍ଷରେ ଆପଣ ହଜାର ହଜାର ସଂଖ୍ୟାରେ ଘଣ୍ଟି ବନ୍ଧା ଯାଇିଛି ।
ଆଲମୋରା ମନ୍ଦିରରେ କେବଳ ଗୋଟିଏ ପ୍ରକାରର ଘଣ୍ଟି ନୁହେଁ ବରଂ ବିଭିନ୍ନ ମେଟାଲ୍ ସହିତ ବିଭିନ୍ନ ଆକାରର ଘଣ୍ଟି ଦେଖିବାକୁ ମିଳିଥାଏ । ଏହି ଘଣ୍ଟି ଗୁଡ଼ିକୁ ଭକ୍ତମାନଙ୍କର ମନୋସ୍କାମନା ପୂର୍ଣ୍ଣ ହେବାପରେ ସେମାନେ ଏହିଠାରେ ଥିବା ଗଛରେ ବାନ୍ଧି ଦେଇଥାଆନ୍ତି । ଦେବଭୂମି ଉତ୍ତରାଖଣ୍ଡରେ ଥିବା ଏହି ମନ୍ଦିରକୁ ନେଇ ଏକ ଅଜବ ବିଶ୍ୱାସ ରହିଛି । ଏହି ମନ୍ଦିରକୁ ଗଲେ ଆପଣ ଦେଖିବେ ମନ୍ଦିର ବାହାରେ ଅନେକ ଘଣ୍ଟି ଓ କାଗଜ ଟଙ୍ଗା ଯାଇଥାଏ । ଲୋକବିଶ୍ୱାସ ରହିଛି ନିଜ ମନୋସ୍କାମନାକୁ ଯଦି ଆପଣ ଏକ ଦରଖାସ୍ତ ଲେଖି ଏହି ମନ୍ଦିରରେ ରଖିଯିବେ ତେବେ ଗୋଲୁଦେବତା ଆପଣଙ୍କ ମନୋସ୍କାମନା ପୂରଣ କରିବେ । ଆଉ ଯେତେ ବେଳେ ଆପଣଙ୍କ ମନୋସ୍କାମନା ପୂରଣ ହୋଇଯିବ ସେତେବେଳେ ଆପଣ ଗୋଲୁଦେବତାଙ୍କ ମନ୍ଦିରରେ ଏକ ଘଣ୍ଟି ବାନ୍ଧିଦେବେ।