ମେଟ୍ରୋ ଟିଭି ଓଡିଶା,୯/୧: ଛୁଇଁଦେଲେ ହଲୁଛି ପଥର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହି ପଥରର ଓଜନ ୧୩୨ଟନ ରହିଛି । ଫ୍ରାନ୍ସରେ ରହିଛି ଏହି ପରି ଆଶ୍ଚର୍ଯ୍ୟ ଜନକ ପଥର ।ଯାହା ଅନେକ ହାତୀର ଓଜନ ଠାରୁ ମଧ୍ୟ ଭାରି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏଇଆ ଯେ ଏହି ପଥରକୁ ମଣିଷ ମଧ୍ୟ ହଲାଇ ପାରିବ । ଏହି ପ୍ରସିଦ୍ଧ ଗ୍ରାନାଇଟ ପଥରର ନାଁ ଟ୍ରେମ୍ବଲିଙ୍ଗ ଷ୍ଟୋନ ରହିଛି । ଉତ୍ତର ପୂର୍ଭ ଫ୍ରାନ୍ସର ହୁଏଲଗୋଟ ଜଙ୍ଗଲରେ ଏହା ଦେଖିବାକୁ ମିଳେ । ଏକ ସାଧାରଣ ମଣିଷର ଓଜନଠାରୁ ୧୦୦ଗୁଣା ଭାରି ଏହି ପଥରକୁ ଜଣେ ଦୁର୍ବଳ ବ୍ୟକ୍ତି ମଧ୍ୟ ହଲାଇପାରିବ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ହଲିବ ଏହି ପଥର ।
ସୂଚନା ଅନୁଯାୟୀ ଏହା ଲୋଗାନ ପଥର ଭାବେ ଜଣାଶୁଣା ।ଯାହାର ଓଜନ ୧୩୨ଟନ । ଜଙ୍ଗଲରେ ଠାବ କରାଯାଇଥିବା ଏହି ଟ୍ରେମ୍ବଲିଙ୍ଗ ପଥର ସେଠାରେ ଥିବା ଅନେକ ଫଥର ଠାରୁ ଭିନ୍ନ । ଯାହାର ଏକ ପରିଚୟ ରହିଛି । ଏକ ସମତଳ ପଥର ଉପରେ ରହିଥିବା ଏହି ପଥରଟି ମାଟିରେ ଲାଗେ ନାହିଁ । ଏହାର ରହସ୍ୟ ସେ ଅଜବ ରୂପେ ନିଜର ଭାରସାମ୍ୟ ରଖେ ଓ ଏହାର ଗୋଟିଏ କୋଣକୁ ଛୁଇଲେ ଉପର ତଳ ହୋଇ ପଥରଟି ଛୁଲେ ।ଏହି ନିଆର ପଥର ଏବେ ପର୍ଯ୍ୟଟନର କେନ୍ଦ୍ର ବିନ୍ଦୁ ପାଲଟିଛି ।
ଏହି ପରି ଏକ ପଥର ଭାରତରେ ମଧ୍ୟ ରହିଛି ଯାହା ଶ୍ରୀକୃଷ୍ଣ ଗୋଲା ନାମରେ ପରିଚିତ । ଏହି ପଥରଟି ଫ୍ରାନ୍ସର ଟ୍ରେମ୍ବଲିଙ୍ଗ ପଥର ଠାରୁ ବେଶି ଭାରି । ଏହା ତାମିଲନାଡୁର ମହାବଲିପୁରମ ଅଞ୍ଚଳରେ ରହିଛି । ଦୀର୍ଘ ୧୩୦୦ବର୍ଷ ଧରି ଏକ ବିଶାଳ ପଥର ଉପରେ ୨୫୦ଟନ୍ର ଏହି ପଥରଟି ରହିଛି । ହାଲୁକାରେ ଛୁଇଦେଲେ ମଧ୍ୟ ଏହା ହଲିବାକୁ ଲାଗେ । ଲାଗେ ଯେମିତି ଏବେ ତଳକୁ ଗଡିଆସିବ । କିନ୍ତୁ ଏହା ଏବେ ସୁଦ୍ଧା ଯାଏ ହୋଇନାହିଁ ।ଏପରିକି ସୁନାମି କି ଭୂମିକମ୍ପ ଏହାକୁ ହଲାଇ ପାରିନାହିଁ ।