ଚୀନ୍କୁ ଭାରତୀୟ ଆର୍ମିର ଚେତାବନୀ
ମେଟ୍ରୋ ଟିଭି ଓଡିଶା,୧୨/୧: ଆର୍ମି ଚିଫ୍ ଜେନେରାଲ୍ ଏମଏମ୍ ନରବଣେ ଚୀନକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଚୀନ ସହତ ଏଲଏସିରେ ଆଶିଂକ ସୌନୟ ପ୍ରତ୍ୟାହାର ହେବା ସହ ବିପଦ ମଧ୍ୟ ଅଛି । ନରବଣେ କହିଛନ୍ତି, ସଂଘର୍ଷ ହେଉଛି ଅନ୍ତିମ ଉପାୟ। ଚେଷ୍ଟା କଲେ ନିହାତି ବିଜୟୀ ହୋଇ ଫେରିବୁ। ପିପୁଲ୍ସ ଲିବରେସନ୍ ଆର୍ମି ସହ ଆଲୋଚନାରେ ଗତ ଜାନୁଆରୀରୁ ଉତ୍ତର ଓ ପଶ୍ଚିମ କ୍ଷେତ୍ରରେ ସକାରତ୍ମକ ବିକାଶ ହୋଇଛି। ତେବେ ପାରସ୍ପରିକ ବିବାଦ ପରେ ଆଶିଂକ ବିପଦ କମ୍ ହୋଇନି। ଆମ ପକ୍ଷରୁ ସୁରକ୍ଷା ବଳଙ୍କୁ ମୁତୟନ କରାଯାଇଛି। ଆବଶ୍ୟକୀୟ ସୁରକ୍ଷାର ଉପାୟ କରାଯାଉଛି। ଜରୁରୀ ଆବଶ୍ୟକୀୟ ଢାଞ୍ଚା ଯେପରିକି ସଡକ ଓ ବ୍ରିଜ୍ ଆଦିର ବିକାଶ କରାଯାଉଛି ।
ସୂଚନା ଅନୁଯାୟୀ,ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଭାରତ ଏହି ମାମଲାରେ ଜିରୋ ଟଲେରାନ୍ସକୁ ବିଶ୍ବାସ କରେ। ଲଦାଖରେ ବହୁ ସ୍ଥାନରେ ବିବାଦ ଚାଲିଛି। ବିପଦକୁ ଦେଖି ଆମ ପକ୍ଷରୁ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି। ଚୀନ୍ ପକ୍ଷରୁ ବୁଧବାର ସକାଳେ ଚୁଶୁଲ- ମୋଲ୍ଦୋରେ ୧୪ତମ କୋର କମାଣ୍ଡର ସ୍ତରୀୟ ବାର୍ତ୍ତା ଚାଲିଥିଲା। ଭାରତ ପକ୍ଷରୁ ନେତୃତ୍ବ ନେଇଥିଲେ ଫାୟାର ଆଣ୍ଡ ଫ୍ୟୁରି କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା କରୁଥିଲେ। ତିନି ମାସରୁ ଅଧିକ ସମୟ ବ୍ୟବଧାନ ପରେ ଭାରତ ଓ ଚୀନ୍ ପୂର୍ବ ଲଦାଖରେ ଗତ ୨୦ ମାସ ଧରି ଚାଲିଆସୁଥିବା ସେନା ଗତିରୋଧକୁ ସମାଧାନ କରିବାର ଚେଷ୍ଟା କରୁଛନ୍ତି। କୁହାଯାଉଛି ଯେ, ଆଲୋଚନାର ମୁଖ୍ୟ ଫୋକସ୍ ହଟ୍ ସ୍ପ୍ରିଙ୍ଗସ୍ ଅଞ୍ଚଳକୁ ସମାଧାନ କରିବା ଉପରେ ରହିଛି।