ପେଗାସସ୍ ମାମଲାରେ ଟେକ୍ନିକାଲ୍ କମିଟି ଦ୍ୱାରା ଦାଖଲ ରିପୋର୍ଟ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଯେଉଁ ରିପୋର୍ଟରେ କୁହାଯାଇଛି, କମିଟିକୁ ୨୯ଟି ମୋବାଇଲ୍ ଫୋନ୍ ଦିଆଯାଇଥିଲା । ଯେଉଁଥିରୁ ୫ଟିରେ ମାଲୱେର୍ ରହିଛି । ତେବେ କୁହାଯାଇ ପାରିବ ନାହିଁ ପେଗାସସ ଦ୍ୱାରା ତଥ୍ୟ ଚୋରି କରାଯାଉଥିଲା ।
ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସୁପ୍ରିମକୋର୍ଟ ବେଞ୍ଚ ଗୁରୁବାର ଦିନ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରି ବେଆଇନ ନୀରିକ୍ଷଣ ଅଭିଯୋଗର ଯାଞ୍ଚ କରୁଥିବା 3 ସଦସ୍ୟ ବିଶିଷ୍ଟ କମିଟି ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟର ଯାଞ୍ଚ କରିଛନ୍ତି। ପେଗାସସ୍ ସ୍ନୁପିଂ ମାମଲାରେ ଏସସି ଦ୍ୱାରା ଏକ ପ୍ୟାନେଲ୍ ଗଠନ କରାଯାଇଥିଲା, ଯେଉଁଥିରେ ଖବର ପ୍ରକାଶ ପାଇଥିଲା ଯେ ସରକାର ସାମ୍ବାଦିକ, ସଂସଦୀୟ ସଦସ୍ୟ, ବିଶିଷ୍ଟ ନାଗରିକ ଏବଂ କୋର୍ଟ କର୍ମଚାରୀଙ୍କ ଗୁପ୍ତଚର କାର୍ଯ୍ୟ କରିବା ପାଇଁ ଇସ୍ରାଏଲ୍ ସାମରିକ ଗ୍ରେଡ୍ ମାଲୱେର୍ ବ୍ୟବହାର କରିଥିଲେ।
ବିଶେଷଜ୍ଞ ପ୍ୟାନେଲର ଫଳାଫଳ ଏବଂ ଏସସିରେ ଦାଖଲ ହୋଇଥିବା ରିପୋର୍ଟ ଉପରେ ଏଠାରେ କିଛି ପ୍ରମୁଖ ବିଷୟ ଅଛି ।
3 ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ କମିଟି ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ତିନି ଭାଗରେ ଅଛି । 2ଟି ବିଶେଷଜ୍ଞ କମିଟି ରିପୋର୍ଟ ଏବଂ ଅନ୍ୟଟି ଜଷ୍ଟିସ ରବୀନ୍ଦ୍ରଙ୍କ ରିପୋର୍ଟ ।
ପ୍ରଧାନ ବିଚାରପତି ରମଣା କହିଛନ୍ତି, ପେଗାସସ୍ ମାମଲାରେ ଗଠିତ ଜଷ୍ଟିସ୍ ରବୀନ୍ଦ୍ରନଙ୍କ ରିପୋର୍ଟକୁ ଗୁପ୍ତ ରଖିବା ଆବଶ୍ୟକତା ନାହିଁ । ତେବେ ଏହା ଉପରେ ଆଇନଜୀବୀ କପିଲ୍ ଶିବଲ୍ ପ୍ରଶ୍ନ ଉଠାଇ କହିଛନ୍ତି, ଆମେ ଚାହୁଁ ନାହୁଁ ଅଦାଲତ ସମ୍ପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ । କାରଣ ଗୋପନୀୟତାକୁ ନେଇ ଚିନ୍ତା ରହୁଛି । କିନ୍ତୁ ମୋ ମହକିଲ୍ ଦେଇଥିବା ଫୋନରେ ଯଦି ମାଲୱେର୍ ଅଛି ତ ଆମକୁ ସୂଚନା ଦେବା ଦରକାର ।