ରାନିଲ ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି
ରାନିଲ ବିକ୍ରମସିଂଘେ ହୋଇଛନ୍ତି ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ତାଙ୍କୁ ମୋଟ ୧୩୪ଟି ଭୋଟ୍ ମିଳିଥିବା ଜଣାପଡିଛି । ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳୁଥିଲେ । ଭୋଟ ଦେଇ ରାନିଲଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି ଶ୍ରୀଲଙ୍କା ସାଂସଦ । ସଂସଦରେ ପୂର୍ବ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ସେ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଶ୍ରୀଲଙ୍କା ସଂସଦ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା ।
ତେବେ ଶ୍ରୀଲଙ୍କା ଏବେ ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ରାନିଲଙ୍କ ପାଇଁ ଏହା ବଡ ଚ୍ୟାଲେଞ୍ଚ ହୋଇପାରେ ।