ସୁନା ଠାରୁ ବଳିଗଲା ମିଠା

ସୁନା ଠାରୁ ବଳିଗଲା ମିଠା

ମେଟ୍ରୋ ଟିଭି ଓଡିଶା,୧୦/୧: ମିଠା ବିଭିନ୍ନ ପ୍ରକାରର ଜିନିଷରୁ ତିଆରି ହୋଇଥାଏ । କିନ୍ତୁ କେବେ ସୁନାର ମିଠା ତିଆରି ହେବ ଏ ନେଇ ଆଶ୍ଚର୍ଯ୍ୟ ଲାଗୁଛି । ମିଠା ଏକ ଏପରି ଖାଦ୍ୟ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କିଛି ମିଠା ପ୍ରେମୀଙ୍କୁ ବିଭିନ୍ନ ସ୍ୱାଦର ମିଠା ଖାଇବାକୁ ଭଲ ପାଆନ୍ତି । ଆଜିକାଲି ଡାଇବେଟିସ ଥିବା ଲୋକଙ୍କ ପାଇ ମଧ୍ୟ ସୁଗାର ଫ୍ରୀ ମିଠା ବଜାରରେ ମିଳୁଛି । ବିଭିନ୍ନ ଖୁସିବାସ ଓ ପବପର୍ବାଣୀରେ ମିଠାର ଚାହିଦା ଥାଏ । ଜଗତର ନାଥ ଜଗନ୍ନାଥ ମଧ୍ୟ ରଥଯାତ୍ରା ସମୟରେ ମିଠା ଦେଇ ଲକ୍ଷ୍ମୀଙ୍କ ମାନଭଜନ କରନ୍ତି । ଓଡିଆ ପବପର୍ବାଣୀରେ ମିଠାକୁ ନେଇ ଖୁବ୍ ଜାହିଦା ରହିଛି । ନିକଟରେ ଭାଇରାଲ ହେଉଛି ଏକ ନିଆରା ସୁନାର ମିଠା ଯାହାର ମୂଲ୍ୟ ୧୬ହଜାର ଟଙ୍କା ରହିଛି ।

YouTube player
sources-our views tamil

sources-oye.foodieee


ଏହି ମିଠାର ବିଶେଷତା ହେଉଛି ଏହାର ମୂଲ୍ୟ। ଏହି ମିଠା ବେଶ୍ ମହଙ୍ଗା ରହିଛି। ମିଠା କିଲେ ୧୬ ହଜାର ଟଙ୍କା ରହିଛି॥ ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ବ୍ୟକ୍ତି ମିଠା ତିଆରି କରୁଥିବା ଦେଖିବାକୁ ମିଳେ, ଯାହା ଅତ୍ୟନ୍ତ ସ୍ବାଦିଷ୍ଟ ଦେଖାଯାଏ। ଦୋକାନୀ ମିଠା ଉପରେ ଚମତ୍କାର ସୁନା କାମ ପ୍ରୟୋଗ କରୁଥିବା ଦେଖିବାକୁ ମିଳିବ।

ଭିଡିଓଟି ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ oye.foodieee ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓଟି ୮ ଲକ୍ଷ ୪୩ ହଜାରରୁ ଅଧିକ ଲାଇକ ଏବଂ ଭ୍ୟୁ ପାଇଛି। ସୋସିଆଲ ମିଡିଆରେ ଲୋକମାନେ ଏହି ମୂଲ୍ୟବାନ ମିଠା ଦେଖିବା ପରେ ନିଜର ମତାମତ ଦେଉଛନ୍ତି। ଜଣେ ୟୁଜର୍ସ ମଜାଳିଆ କମେଣ୍ଟ ଦେଇଲେଖିଛନ୍ତି – ଏହାକୁ କିଣିବା ପାଇଁ ଏକ ମାସର ଦରମା ଲାଗିବ।