ଲଞ୍ଚ ହେଲା ଆପଲ୍ IPhone 16

ହାର୍ଡୱେର୍ ଅପଗ୍ରେଡ୍ ସହିତ ଆଇଫୋନ୍ ୧୬ ସିରିଜ୍ ଲଞ୍ଚ କରାଯାଇଛି ଏବଂ ନୂତନ ହ୍ୟାଣ୍ଡସେଟ୍ ଆପଲ୍ ଇଣ୍ଟେଲିଜେନ୍ସ ଫିଚର୍ସକୁ ମଧ୍ୟ ସପୋର୍ଟ କରିବ । ଏହି ସ୍ମାର୍ଟଫୋନ୍ ଭାରତରେ ମଧ୍ୟ ଉପଲବ୍ଧ ହେବ । ଆଇଫୋନ୍ ୧୬ ସିରିଜର ମୂଲ୍ୟ ଏବଂ ଉପଲବ୍ଧତା ବିଷୟରେ ଆପଲ୍ ସୂଚନା ଦେଇଛି ।

ଭାରତରେ ଆଇଫୋନ୍ ୧୬, ଆଇଫୋନ୍ ୧୬ ପ୍ଲସ୍ ର ମୂଲ୍ୟ କେତେ?

ଭାରତରେ ଆଇଫୋନ୍ ୧୬ ର ମୂଲ୍ୟ ୭୯,୯୦୦ ରୁ ଆରମ୍ଭ ହେବ । ୧୨୮ଜିବି ଷ୍ଟୋରେଜ୍ ସହିତ ବେସ୍ ମଡେଲ୍ ପାଇଁ ଆପଣଙ୍କୁ ଏହି ରାଶି ଦେବାକୁ ପଡିବ । ଏହି ହ୍ୟାଣ୍ଡସେଟ୍ ୨୫୬ ଜିବି ଏବଂ ୫୧୨ ଜିବି ଷ୍ଟୋରେଜ୍ ଭାରିଆଣ୍ଟରେ ମଧ୍ୟ ଉପଲବ୍ଧ, ଯାହାର ମୂଲ୍ୟ ଯଥାକ୍ରମେ ୮୯,୯୦୦ ଏବଂ ୧,୦୯,୯୦୦ ଟଙ୍କା ।

ଏହା ସହିତ, ଆଇଫୋନ୍ ୧୬ ପ୍ଲସ୍ ମଡେଲର ୧୨୮ ଜିବି ମଡେଲର ମୂଲ୍ୟ ୮୯,୯୦୦ ରୁ ଆରମ୍ଭ ହେଉଛି । ଯେତେବେଳେ କି ୨୫୬ ଜିବି ଭାରିଆଣ୍ଟର ମୂଲ୍ୟ ୯୯,୯୦୦ ଟଙ୍କା ରଖାଯାଇଛି । ଏହାସହ ଗ୍ରାହକମାନେ ୧,୧୨,୯୦୦ ଟଙ୍କାରେ ୫୧୨ ଜିବି ଷ୍ଟୋରେଜ୍ ସହିତ ହ୍ୟାଣ୍ଡସେଟ୍ କିଣିପାରିବେ ।