ମନେପଡୁଛନ୍ତି ମହାତ୍ମା ଗାନ୍ଧୀ

ମନେପଡୁଛନ୍ତି ମହାତ୍ମା ଗାନ୍ଧୀ

ମେଟ୍ରୋ ଟିଭି ଓଡିଶା,୩୦/୧ : ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଉଛନ୍ତି । ଦେଶ ପାଇଁ ଗାନ୍ଧୀ ଦେଇଥିଲେ ବଳିଦାନ । ତାଙ୍କର ଏହି ବଳିଦାନ ଆଜି ବି ଲୋକଙ୍କ ମନରେ ଉଜୁପିତ ହୋଇ ରହିଛି । ସେହି ମହାନ ପୁରୁଷରଙ୍କର ଆଜି ଶ୍ରାଦ୍ଧ ଦିବସ । ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନାୟକ ଥିଲେ ଗାନ୍ଧୀ । ୧୯୪୮ ମସିହାରେ ଜାନୁଆରି ୩୦ ତାରିଖରେ ତଥା ଆଜିର ଦିନରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ।

ଅହିଂସାର ଜନକ ଗାନ୍ଧି-

କଳା ଲୋକଙ୍କ ଉପରେ ଗୋରାଙ୍କ ଅତ୍ୟାଚାର ମହାତ୍ମା ଗାନ୍ଧୀଙ୍କୁ ବିଚଳିତ କରିଥିଲା । ସତ୍ୟ ଓ ଅହିଂସାକୁ ସାରଥୀ କରି ଗାନ୍ଧୀ ଗୋରାଙ୍କ ବିରୋଧରେ ଆରମ୍ଭ କରିଥିଲେ ବିପ୍ଳବ । ଆଉ ଦେଶବାସୀଙ୍କୁ ଚଖାଇଥିଲେ ସ୍ବାଧୀନତାର ସ୍ବାଦ । ଆତ୍ମନିର୍ଭରଶୀଳ ହେବାରେ ଗାନ୍ଧୀଙ୍କ ବିଶ୍ବାସ ତାଙ୍କ ସାମାଜିକ ଦର୍ଶନର ମୂଳଦୁଆ ଥିଲାକେବଳ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆତ୍ମନିର୍ଭରଶୀଳ ହୋଇ ଜଣେ ବ୍ୟକ୍ତି ବା ରାଷ୍ଟ୍ର ନିଜ ସ୍ବାଧୀନତାକୁ ସୁରକ୍ଷା ଦେଇ ଏକ ସମ୍ମାନଜନକ ଅସ୍ତିତ୍ବ ବଜାୟ ରଖିପାରିବେ ବୋଲି କହୁଥିଲେ ଗାନ୍ଧୀ ।


ଭାରତର ସ୍ବାଧୀନତା ପ୍ରାପ୍ତି ପରେ ମାତ୍ର ୫ ମାସ ୧୫ ଦିନ ବଞ୍ଚିରହିଥିଲେ ଗାନ୍ଧୀ । ଏହି ସମୟ ଥିଲା ତାଙ୍କ ପାଇଁ ଅତ୍ୟନ୍ତ ବେଦନାଦାୟକ ଓ ଯନ୍ତ୍ରଣା ଦିବସ । ଭାରତର ବିଭାଜନ ତାଙ୍କୁ ଯେତିକି କଷ୍ଟ ଦେଇଥିଲା ଦେଶରେ ସେହି ସମୟରେ ଗଢି ଉଠିଥିବା ବିଭିନ୍ନ ସଙ୍ଘଠନର ସାମ୍ପ୍ରଦାୟିକ ଦଙ୍ଗା ତାଙ୍କୁ ଅଧିକ ଯନ୍ତ୍ରଣା ଦେଇଥିଲା । ୧୯୩୪ ମସିହାରେ ତାଙ୍କୁ ପ୍ରଥମ ଥର ଆକ୍ରମଣ କରାଯାଇଥିଲା । ପୁନେର ନଗର ପାଳିକା ଦ୍ବାରା ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାକୁ ଯିବା ସମୟରେ ତାଙ୍କ ଉପରକୁ ବୋମା ଫିଙ୍ଗାଯାଇଥିଲା । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ୧୯୪୪ ମସିହାରେ ମଧ୍ୟ ଜଣେ ଲୋକ ତାଙ୍କ ନିକଟକୁ ଛୁରୀ ନେଇ ଆସିଥିଲେ । ୧୯୪୮ ମସିହା ଜାନୁଆରୀ ୨୦ ରେ ହୋଇଥିବା ପଞ୍ଚମ ଷଡଯନ୍ତ୍ର ଥିବା ଖୁବ ଚାଞ୍ଚଲ୍ୟକର । ଏହାପରେ ମହାତ୍ମା ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଥିଲା । କିନ୍ତୁ ଗାନ୍ଧୀଜି ଏହାକୁ ବିରୋଧ କରିଥିଲେ । ଶେଷରେ ଜାନୁଆରୀ ୩୦ରେ ଆତତାୟୀ ନାଥୁରାମ୍ ଗଡସେ ଗାନ୍ଧୀଙ୍କ ଛାତିକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲା । ସେଇଠି ଟଳି ପଡିଥିଲେ ଅହିଂସାର ଆଜୀବନ ଉପାସକ ଜାତିର ପିତା ମହାତ୍ମା ଗାନ୍ଧୀ । ହେ ରାମ ଥିଲା ଗାନ୍ଧିଙ୍କର ଶେଷ ବାକ୍ୟ ।

ବାପୁଜିଙ୍କ ପାଇଁ ଶ୍ରଦ୍ଧାଞ୍ଜଳି-

ଆଜିର ଏହି ଅବସରରେ ରାଜଘାଟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ବହୁ ବରିଷ୍ଠ ନେତା ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମହାତ୍ମା ଗାନ୍ଧୀ ଦେଶ ପାଇଁ ଯାହା କରିଛନ୍ତି ଦେଶ ଶତାବ୍ଦୀ ଧରି ମନେ ରଖିବ। ତାଙ୍କର ଆଦର୍ଶ, ଅହିଂସାର ପ୍ରେରଣା, ସତ୍ୟର ଶକ୍ତି ବ୍ରିଟିଶମାନଙ୍କୁ ପରାସ୍ତ କରିଥିଲା । ଏହି ଅବଦାନ ହେତୁ ଗାନ୍ଧୀଜୀ ଆଜି ବି ମହାତ୍ମା ଗାନ୍ଧୀ ଭାବରେ ଜଣାଶୁଣା । ଦେଶ ଚଳିତ ବର୍ଷ ଗାନ୍ଧିଜୀଙ୍କ ୭୪ ତମ ବାର୍ଷିକୀ ପାଳନ କରୁଛି।

ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ କରି ରାଜନୀତି ମାହଲକୁ ସରଗରମ କରିଛନ୍ତି ରାହୁଲ । ରାହୁଲ ଟ୍ୱିଟରେ ଲେଖିଛନ୍ତି ଜଣେ ହିନ୍ଦୁତ୍ୱୱାଡି ଗାନ୍ଧିଜୀଙ୍କୁ ଗୁଳି କରିଛନ୍ତି। ସମସ୍ତ ହିନ୍ଦୁତ୍ୱବାଦି ଅନୁଭବ କରନ୍ତି ଯେ ଗାନ୍ଧିଜୀ ଆଉ ନାହାଁନ୍ତି । ଯେଉଁଠାରେ ସତ୍ୟ ଅଛି, ବାପୁ ସେଠାରେ ଜୀବିତ ଅଛନ୍ତି । ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ହିନ୍ଦୁତ୍ୱ ଉପରେ କିଛି କହିଥିଲେ । ଏହାପୂର୍ବରୁ ଡିସେମ୍ବର ୨୯ ରେ ରାହୁଲ ଗାନ୍ଧୀ ତିନି ଦିନିଆ କଂଗ୍ରେସ ପ୍ରଶିକ୍ଷଣ ଶିବିରର ସମାପ୍ତି ଅଧିବେଶନକୁ ସମ୍ବୋଧିତ କରିବାବେଳେ ହିନ୍ଦୁତ୍ୱର ଆଦର୍ଶକୁ ନେଇ କିଛି କହିଥିଲେ ।