ବିଏସଏନଏଲ ସିମ୍ ବ୍ୟବହାରକାରୀମାନଙ୍କ ପାଇଁ ବଡ଼ ଖବର । ବନ୍ଦ ହୋଇଯିବ ଆପଣଙ୍କ ସିମ୍ । କ୍ରମାଗତ ଭାବରେ ସିମ୍ ବ୍ୟବହାରକାରୀମାନଙ୍କୁ ସିମ ବନ୍ଦ ହେବା ନେଇ ମେସେଜ ଆସୁଛି। ଯେଉଁଥିପାଇଁ ଲୋକମାନେ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି।କେବଳ ଏତିକି ନୁହେଁ, ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ନାମ ମଧ୍ୟ TRAI ମଧ୍ୟ ମେସେଜରେ ଆସୁଛି। ଲୋକଙ୍କୁ ମେସେଜରେ କୁହାଯାଇଛି ଯେ TRAI ଖୁବ୍ ଶୀଘ୍ର ସେମାନଙ୍କର BSNL ସିମ୍ କାର୍ଡକୁ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିବାକୁ ଯାଉଛି ।ସିମ୍ କାର୍ଡ ବନ୍ଦ ହେବାର କାରଣ ହେଉଛି KYC ପ୍ରକ୍ରିୟା ସମାପ୍ତ ନହେବା । TRAI ଯେଉଁମାନଙ୍କର KYC ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନାହିଁ ସେମାନଙ୍କ ସିମ୍ କାର୍ଡ ବନ୍ଦ କରିବ । ଏହା ବ୍ୟତୀତ ମେସେଜରେ ଏକ ନଂ ମଧ୍ୟ ଦିଆଯାଇଛି । ଯାହାକୁ କଲ କରି କେୱାଇସି ଅପଡେଟ କରିପାରିବେ। କିନ୍ତୁ ଜାଣିଛନ୍ତି କି ଏହା ଫ୍ରଡ, ଯାହା ଲୋକଙ୍କୁ ହଇରାଣ କରିବା ଓ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ପାଇଁ କରାଯାଉଛି ଲୋକଙ୍କୁ ମେସେଜ ଉଲ୍ଲେଖ କରାଯାଇଥିବା କୌଣସି ନମ୍ବରକୁ କଲ କରିବାକୁ ମଧ୍ୟ ବାରଣ କରାଯାଇଛି। ଏହି କାରଣରୁ, ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭୁଲ ହାତରେ ପଡିପାରେ ଓ ଆପଣଙ୍କୁ ପ୍ରତାରଣା କରାଯାଇପାରେ ।ଏହିପରି ଠକାମିରୁ ନିଜକୁ ରକ୍ଷା କରିବା ପାଇଁ, ଆପଣଙ୍କର ବ୍ୟାଙ୍କ ବିବରଣୀ କାହା ସହିତ ସେୟାର କରନ୍ତୁ ନାହିଁ । ଏହା ବ୍ୟତୀତ, ଯଦି କୌଣସି ବାର୍ତ୍ତା କିମ୍ବା କଲ୍ ଉପରେ କୌଣସି ସନ୍ଦେହ ଥାଏ, ତେବେ ତୁରନ୍ତ ପୋର୍ଟାଲରେ ଅଭିଯୋଗ କରନ୍ତୁ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post