ଜିଓ ଆଣିଲା ୩ଟି ଶସ୍ତା ପ୍ଲାନ୍
ରିଲାଏନ୍ସ ଜିଓ ହେଉଛି ଟେଲିକମ୍ କମ୍ପାନୀ ମଧ୍ୟରୁ ଅନ୍ୟତମ, ଯାହା ଏହାର ସୁଲଭ ରିଚାର୍ଜ ଯୋଜନା ପାଇଁ ଲୋକଙ୍କ ମଧ୍ୟରେ ଜଣାଶୁଣା। ତେବେ ଜୁଲାଇ ଆରମ୍ଭରେ ଯୋଜନାଗୁଡିକର ମୂଲ୍ୟ ବୃଦ୍ଧି ପରେ କମ୍ପାନୀ ବିବାଦ ଘେରକୁ ଆସିଥିଲା।ଅଗଷ୍ଟ ଆରମ୍ଭ ପୂର୍ବରୁ କମ୍ପାନୀ ଦ୍ବାରା ୩ଟି ନୂଆ ରିଚାର୍ଜ ପ୍ଲାନ୍ ମଧ୍ୟ ପ୍ରବର୍ତ୍ତିତ ହୋଇଛି। ଯାହାର ମୂଲ୍ୟ କମ୍ ବୋଲି କୁହାଯାଉଛି। ଯଦି ଆପଣ ରିଲାଏନ୍ସ ଜିଓର ଜଣେ ଉପଭୋକ୍ତା, ତେବେ ଆସନ୍ତୁ ଜାଣିବା ଜିଓର ୩ଟି ଶସ୍ତା ପ୍ଲାନ୍ ବିଷୟରେ
ରିଲାଏନ୍ସ ଜିଓ ଦ୍ୱାରା ଅନେକ ରିଚାର୍ଜ ପ୍ଲାନ୍ ଆରମ୍ଭ କରାଯାଇଥିଲା। ଏଥିମଧ୍ୟରୁ ଗୋଟିଏ ହେଉଛି ୩୨୯ ଟଙ୍କିଆ ରିଚାର୍ଜ ପ୍ଲାନ୍। ଏହି ପ୍ଲାନ୍ର ମୂଲ୍ୟ ବହୁତ କମ୍ ଏବଂ ଏହାର ଲାଭ ଅନେକ।ଆପଣ ପ୍ରତିଦିନ ୧.୫ GB ଡାଟାର ଲାଭ ପାଇବେ। ଏହା ବ୍ୟତୀତ ଅସୀମିତ କଲିଂ ଏବଂ ଦୈନିକ ୧୦୦ SMSର ସୁବିଧା ଅନ୍ତର୍ଭୂକ୍ତ କରାଯାଇଛି। ଏହା ବ୍ୟତୀତ OTT ପ୍ଲାଟଫର୍ମର ଲାଭ ମଧ୍ୟ ଦିଆଯିବ। ଏହି ପ୍ଲାନ୍ ସହିତ JioSaavn Pro ସଦସ୍ୟତା ଉପଲବ୍ଧ। ଏହି ଯୋଜନା 28 ଦିନର ଭ୍ୟାଲଡିଟି ସହିତ ଆସିଥାଏ।୧୦୪୯ ଟଙ୍କାର ଏକ ନୂଆ ଯୋଜନା ଅଛି, ଯାହା ୮୪ ଦିନ ଭ୍ୟାଲିଡିଟି ସହିତ ଆସୁଛି। ଏହି ପ୍ରିପେଡ୍ ଯୋଜନା ସହିତ ଆପଣ ପ୍ରତିଦିନ ୨GB ଡାଟାର ଲାଭ ପାଇବେ।