କିସ୍ତିରେ ତୀର୍ଥଯାତ୍ରା

ଗ୍ରୀଷ୍ମ ଛୁଟି ସମୟରେ ତୀର୍ଥଯାତ୍ରାର ଯୋଜନା କରୁଛନ୍ତି କି? ଆପଣଙ୍କ ପାଇଁ ଖୁସି ଖବର। କାରଣ ଆଇଆରସିଟିସି ଆପଣଙ୍କୁ ୭ ଜ୍ୟୋର୍ତିଲିଙ୍ଗ ଶସ୍ତାରେ ଦର୍ଶନ କରାଇବାର ସୁଯୋଗ ଆଣିଛି। ଏହି ଯାତ୍ରା ଆପଣଙ୍କୁ ଭାରତର ପ୍ରଥମ ପର୍ଯ୍ୟଟନ ଟ୍ରେନ୍ ଭାରତ ଗୌରବ ଦ୍ୱାରା ପରିଚାଳିତ କରାଯିବ। ଭ୍ରମଣ ସମୟରେ ଆଇଆରସିଟିସି ପକ୍ଷରୁ ଆପଣଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରାଯିବ।

ଯାତ୍ରା ଅବଧି ୧୩ ଦିନ ଏବଂ ୧୨ ରାତି ସ୍ଥିର ହୋଇଛି । ଭ୍ରମଣ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଯାତ୍ରା ଖର୍ଚ୍ଚ ମଧ୍ୟ କିସ୍ତିରେ ଦେଇପାରିବେ ।

ଏହି ପର୍ଯ୍ୟଟନ ପ୍ୟାକେଜରେ ଦର୍ଶନାର୍ଥୀଙ୍କୁ ଓମକାରେଶ୍ୱର , ମହାକାଳେଶ୍ୱର, ନାଗେଶ୍ୱର, ସୋମନାଥ, ତ୍ରୟମ୍ବକେଶ୍ୱର, ଭୀମାଶଙ୍କର ଓ ଘୃଣେଶ୍ୱର ଦର୍ଶନ କରିବାର ସୁଯୋଗ ମିଳି ପାରିବ। ଏହାସହ ଦ୍ୱାରିକାଧୀଶ ମନ୍ଦିରର ମଧ୍ୟ ଦର୍ଶନ କରି ପାରିବେ। ଏହି ଯାତ୍ରାର ଶୁଭାରମ୍ଭ ୨୬ ଜୁନ୍ ରେ ହୋଇ ୮ ଜୁଲାଇରେ ଶେଷ କରିବା ପାଇଁ ସ୍ଥିର କରାଯାଇଛି। ଯାତ୍ରା ସମୟରେ ଖାଦ୍ୟ-ପେୟ ଓ ରହିବାର ବ୍ୟବସ୍ଥା ଆଇଆରସିଟିସି ପକ୍ଷରୁ କରାଯିବ। ଜଣେ ଗାଇଡ୍ ମଧ୍ୟ ଯାତ୍ରୀଙ୍କ ସୁବିଧା ପାଇଁ ରହିବେ। ଏହାସହ ୩ ତାରକା ବିଶିଷ୍ଟ ହୋଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯିବ।