୪ ଲକ୍ଷ୍ୟ ମିଳୁଛି ଇଲେ୍ଟ୍ରୋନିକ୍ କାର
ମେଟ୍ରୋ ଟିଭି ଓଡିଶା (୧୭.୨.୨୦୨୨) :
ଆଜି ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ମାତ୍ରାରେ ବଢ଼ିବାକୁ ଲାଗିଛି । ଯାହା ପାଇଁ ଅନେକ ଲୋକ ଇଲେକ୍ଟ୍ରିକ ଗାଡ଼ି କିଣିବାକୁ ପସନ୍ଦ କରୁଛନ୍ତି। ଏମିତିକି ଏକ ରିପୋର୍ଟ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଇଲେକ୍ଟ୍ରିକ ଯାନ ଗୁଡ଼ିକର ବିକ୍ରି ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି। ଲୋକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ କ୍ରମାଗତ ଭାବରେ ବୈଦ୍ୟୁତିକ ଯାନ ଉପରେ ଧ୍ୟାନ ଦେଉଛନ୍ତି । କିନ୍ତୁ ତଥାପି, ପେଟ୍ରୋଲ ଏବଂ ଡିଜେଲ କାର ଅପେକ୍ଷା ଇଲେକ୍ଟ୍ରିକ କାରଗୁଡ଼ିକର ରେଟ୍ ଅଧିକ ଟଙ୍କା ଥିବା ଜଣାପଡିଛି।

ଯେଉଁଥିପାଇଁ ଗ୍ରାହକମାନେ ଚାହିଁଲେ ମଧ୍ୟ ଏହି ଗାଡିଗୁଡିକୁ କିଣିପାରୁନାହାନ୍ତି। କିନ୍ତୁ ଏହାରି ମଧ୍ୟରେ ମୁମ୍ବାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ କହିଛି ଯେ ନିଜ କମ୍ପାନୀର ଇଲେକ୍ଟ୍ରିକ ମୋଟର୍ସ ଗୁଡ଼ିକ ସବୁଠୁ ଶସ୍ତାରେ ମିଳୁଛି ବୋଲି। ଏପରି ଆକର୍ଷଣୀୟ କାର ତିଆରି କରିଥିବା କମ୍ପାନୀ ନାମ ହେଉଛି ଷ୍ଟ୍ରୋମ୍ ମୋଟୋର୍ସ । ଏହି କମ୍ପାନୀ ଷ୍ଟ୍ରୋମ୍ ଆର ୩ ନାମରେ ୪.୫ ଲକ୍ଷ ଟଙ୍କାରେ ଇଲେକ୍ଟ୍ରିକ୍ କାର ବିକ୍ରି କରୁଛି । ଆପଣ କେବଳ ୧୦,୦୦୦ ଟଙ୍କାରେ ଏହି କାର ପାଇଁ ପ୍ରି-ବୁକିଙ୍ଗ କରିପାରିବେ। ଏହି କାର ର ତିନିଟି ଭାରିଏଣ୍ଟ ରହିଛି। କମ୍ପାନୀ କହିଛି ଯେ ଥରେ ଚାର୍ଜ କଲେ ଏହି ଷ୍ଟ୍ରୋମ ଆର ୩ ପାଖା ପାଖି ୨୦୦ କିଲୋମିଟର୍ ପର୍ଯ୍ୟନ୍ତ ଚାଲିବ। ଏହି କାରରେ ଲି -ଆଇଓଏନ ବ୍ୟାଟେରୀ ମଧ୍ୟ ଦିଆଯାଇଛି, ଯେଉଁଥିରେ କମ୍ପାନୀ ତରଫରୁ ୧ ଲକ୍ଷ କିଲୋମିଟର୍ ଗାଡ଼ି ଚଲାଇବା ପରେ ଏହାକୁ ବଦଳାଇବା ଓ ୩ ବର୍ଷର ଗ୍ୟାରେଣ୍ଟି ରହିଛି ବ୍ୟାଟେରୀରେ। ଏହି ଗାଡ଼ିର ବ୍ୟାଟେରୀ କେବଳ ୩ ଘଣ୍ଟାରେ ହିଁ ଚାର୍ଜ ହୋଇଯାଏ।