୨୦୦୦ ଟଙ୍କାରେ ସାମସଙ୍ଗର ଫୋନ୍
ସାମସଙ୍ଗ ଗାଲାକ୍ସି A14 5G ବର୍ତ୍ତମାନ ୧୪,୪୯୯ ଟଙ୍କାରେ ଉପଲବ୍ଧ । ଜାନୁୟାରୀ ୨୦୨୩ ରେ ଏହି ଫୋନ ୧୬,୪୯୯ ଟଙ୍କାରେ ଲଞ୍ଚ ହୋଇଥିଲା, କିନ୍ତୁ ବର୍ତ୍ତମାନ ଗ୍ରାହକମାନେ ଏଥିରେ ୨୦୦୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ । ଏହାର ସବୁଠୁ କମ ମୂଲ୍ୟ ୧୩,୪୯୯ ଟଙ୍କା ରହିଛି । କିଛି ସାଇଟରେ ଏହି ଗାଲାକ୍ସି A14 5G ଉପରେ ୧୦୦୦ ଟଙ୍କା ଅତିରିକ୍ତ ଡିସକାଉଣ୍ଟ ରହିଛି । ଏହି ଅଫର ସାମସଙ୍ଗର ଅଫିସିଆଲ୍ ଇଣ୍ଡିଆନ୍ ୱେବସାଇଟ୍ ଏବଂ ଆମାଜନରେ ଉପଲବ୍ଧ । ସାମସଙ୍ଗ ଗାଲାକ୍ସି A14 5G ଭାରତରେ ମୂଲ୍ୟ ହ୍ରାସ ପାଇଛି, କିନ୍ତୁ ଗାଲାକ୍ସି M14 5G ଏକ ଭଲ ବିକଳ୍ପ କାରଣ ଏହା ସମାନ ଫିଚର ସହ କମ୍ ମୂଲ୍ୟରେ ବିକ୍ରି ହେଉଛି ।