ନୂଆ ବର୍ଷରୁ ଅର୍ଥାତ୍ ୧ ଜାନୁୟାରୀ ୨୦୨୪ରୁ ସିମ୍ କାର୍ଡ କିଣିବା ନିୟମରେ ବଡ଼ ପରିବର୍ତ୍ତନ ଆସିବ । ବର୍ତ୍ତମାନ କୌଣସି ଗ୍ରାହକଙ୍କୁ ସିମ୍ କାର୍ଡ କିଣିବା ପାଇଁ ଇ- KYC କରିବାକୁ ପଡ଼ିବ ଏବଂ ପେପର ବେସଡ୍ KYC ସଂପୂର୍ଣ୍ଣ ବନ୍ଦ ହୋଇଯିବ । ଏହା ବ୍ୟତୀତ ନୂଆ ମୋବାଇଲ୍ କନେକ୍ସନ ପାଇବା ପାଇଁ ବାକି ନିୟମ ସମାନ ରହିବ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।ଏହାପୂର୍ବରୁ ଟେଲିକମ୍ ମନ୍ତ୍ରଣାଳୟ ସିମ୍ କାର୍ଡ ସହିତ ଜଡିତ ଅନ୍ୟ ଏକ ନିୟମ ପରିବର୍ତ୍ତନ କରିଛି । ନିୟମ ପରିବର୍ତ୍ତନ କରି କେନ୍ଦ୍ର ସରକାର ଡିସେମ୍ବର ୧ ରୁ ଗୋଟିଏ ID ଉପରେ ସୀମିତ ସଂଖ୍ୟକ ସିମ୍ କିଣିବା ଉପରେ ନିୟମ କାର୍ଯ୍ୟକାରୀ କରିଛନ୍ତି । ସିମ୍ କାର୍ଡ କିଣିବା ପୂର୍ବରୁ KYC ପ୍ରକ୍ରିୟା ଶେଷ କରିବା ଆବଶ୍ୟକ । ଯଦି ଜଣେ ବ୍ୟକ୍ତି ଏକାଥରକେ ଏକାଧିକ ସିମ୍ କାର୍ଡ କିଣନ୍ତି ତେବେ ସେ ଏହାକୁ କେବଳ ବ୍ୟବସାୟିକ କନେକ୍ସନ ମାଧ୍ୟମରେ କିଣି ପାରିବେ ।
Trending
- କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ିବା ଘଟଣାର ୩ଜଣିଆ କମିଟି ତଦନ୍ତ କରିବ – ଆଇନ ମନ୍ତ୍ରୀ
- କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ,ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ
- ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ପ୍ରାୟ ବନ୍ଦ – ରିଜର୍ଭ ବ୍ୟାଙ୍କ
- କଟକର ଖାନ୍ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଶ୍ରମିକ ମୃତ , ଅନୁକମ୍ପା ରାଶି ଘୋଷଣା କଲେ ସରକାର
- ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଉଚ୍ଚସ୍ତରୀୟ ବୈଠକ
- ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି
- ଦିଲ୍ଲୀରେ ପ୍ରବଳ ବର୍ଷା , 4 ମୃତ
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ
- KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା
- ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ
Prev Post
Next Post