ଲଞ୍ଚ ହେଲା Redmi Note 14 5G

ସ୍ମାର୍ଟଫୋନ୍ କମ୍ପାନୀ ଲିଷ୍ଟରେ Xiaomi ର ଭଲ ନାଁ ରହିଛି ବଡ ନାମ । ଶସ୍ତା ଠାରୁ ଆରମ୍ଭ କରି ମହଙ୍ଗା ସ୍ମାର୍ଟଫୋନ୍ Xiaomiରେ ଉପଲବ୍ଧ । ବର୍ତ୍ତମାନ କମ୍ପାନୀ ବଜାରରେ ଆଉ ଏକ ସ୍ମାର୍ଟଫୋନ୍ ଆଣିଛି । Redmi Note 14 5G Xiaomi ଦ୍ୱାରା ଲଞ୍ଚ କରାଯାଇଛି ।Redmi Note 14 5G ସିରିଜରେ କମ୍ପାନୀ ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏଥିରେ Redmi Note 14 Pro+ ଏବଂ Redmi Note 14 Pro ସାମିଲ ହୋଇଛି । ମିଡ଼ ରେଞ୍ଜ ସେଗମେଣ୍ଟ ୟୁଜରଙ୍କୁ ଧ୍ୟାନରେ ରଖି କମ୍ପାନୀ ଉଭୟ ସ୍ମାର୍ଟଫୋନକୁ ବଜାରରେ ଦମଦାର ଫିଚର ସହିତ ଲଞ୍ଚ କରିଛି । କମ୍ପାନୀ ବର୍ତ୍ତମାନ ଚୀନରେ ଏହି ଫୋନକୁ ଲଞ୍ଚ କରିଛି । କିନ୍ତୁ ଖୁବ୍ ଶୀଘ୍ର ଭାରତରେ ମଧ୍ୟ ଏହି ଫୋନ ଲଞ୍ଚ ହେବ।