ରକେଟ ବିଶେଷଜ୍ଞ ଏସ୍ ସୋମନାଥ ହେଲେ ଇସ୍ରୋ ମୁଖ୍ୟ
ମେଟ୍ରୋ ଟିଭି ଓଡିଶା,୧୩/୧: ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍ ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଛନ୍ତି । ସେ ଜଣେ ରକେଟ ବିଶେଷଜ୍ଞ ଓ ଏୟାରସ୍ପେସ ଇଂଜିନିୟର ।ଏହା ପୂର୍ବରୁ ସେ ତିରୁବନନ୍ତପୁରମସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ ସେଣ୍ଟର ନିର୍ଦ୍ଦେଶକ ଥିଲେ । ଇସ୍ରୋର ଯେତେଗୁଡିଏ ରକେଟର ବିକାଶ ହୋଇଛି ସେଥିରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସୋମନାଥ ଜଣେ ଲଞ୍ଚ ଭେଇକିଲ ଡିଜାଇନ ମାଷ୍ଟର । ସେ ଲଞ୍ଚ ଭେଇକିଲ ସିଷ୍ଟମ ଇଂଜିନିୟରିଂ, ଷ୍ଟ୍ରକଚରାଲ ଡିଜାଇନ, ଷ୍ଟକଚରାଲ ଡାଇନୋମିକ୍ସ ଓ ପାଇରୋଟେକନିକ୍ସର ବିଶେଷଜ୍ଞ ।ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହେବା ପୂର୍ବରୁ ସେ ଜିସାଟ-ଏମକେ୧୧(ଏଫ୦୯) କୁ ଅପଗ୍ରେଡ କରିବା କାମରେ ଥିଲେ । ଏହା ବ୍ୟତୀତ ଏସ୍ ସୋମନାଥ ଜିସାଟ-୬ଏ କୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ବି କାମ କରୁଛନ୍ତି ।
ଏସ୍ ସୋମନାଥ ଏର୍ଣ୍ଣାକୁଲମର ମହାରାଜା କଲେଜରୁ ପ୍ରି ଡିଗ୍ରୀ ପ୍ରୋଗ୍ରାମ ଶେଷ କରିଛନ୍ତି । ଏହାପରେ ସେ କେରଳ ୟୁନିଭରସିଟିର କ୍ୱିବଲାନସ୍ଥିତ ଟିକେଏମ କଲେଜ ଅଫ୍ ଇଂଜିନିୟରିଂରୁ ମେକାନିକାଲ ଇଂଜିନିୟରିଂ ପାଠ୍ୟକ୍ରମ ସମାପ୍ତ କରିଛନ୍ତି । କେବଳ ସେତିକି ନୁହେଁ ଏହାପରେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଏୟାରସ୍ପେସ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରି ରକେଟ ଡାଇନୋମିକ୍ସ ଓ କଣ୍ଟ୍ରୋଲ ଉପରେ ବିଶେଷଜ୍ଞତା ହାସଲ କରିଥିଲେ ।