ମେସିନ ଓକିଲର ତଥ୍ୟ ଆଧାରରେ ମିଳିବ ଦଣ୍ଡ

ମେସିନ ଓକିଲର ତଥ୍ୟ ଆଧାରରେ ମିଳିବ ଦଣ୍ଡ

ମେଟ୍ରୋ ଟିଭି ବ୍ୟୁରୋ, ୨୯/୧୨: ଚୀନର ଏକ ଟେକ କମ୍ପାନୀ ନୂଆ ମେସିନ ନିମାର୍ଣ କରିଛନ୍ତି । ଯାହା ବିଶ୍ୱର ପ୍ରଥମ କୃତିମ ବୁଦ୍ଧିମତାଯୁକ୍ତ ପ୍ରସିକ୍ୟୁଟର ବା ଓକିଲ ମେସିନ । ଯାହା ଆଧାରରେ ଏବେ ଦେଶରେ ହେଉଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇ ଦଣ୍ଡ ମିଳିପାରିବ । ଯାହା ଓକିଲଙ୍କ ଖର୍ଚ୍ଚ ଓ ବିତର୍କକୁ ଆଧାର କରି ବିଚାରକଙ୍କ ସାମ୍ନାରେ ଦଣ୍ଡ ବିଧାନ କରିପାରିବ । ଏହି ମେସିନ ପ୍ରସିକ୍ୟୁଟର ୯୭ପ୍ରତିଶତ ସଠିକ ତଥ୍ୟ ପ୍ରଦାନ କରୁଛି ।

ସଂଘାଇ ପୁଡୋଙ୍ଗ ପିପୁଲ୍ସ ପ୍ରୋକ୍ୟୁରେଟନ ଏହି ମେସିନ ନିର୍ମାଣ କରୁଛନ୍ତି । ଯାହା ଦ୍ୱାରା ନାୟିକ ବ୍ୟବସ୍ଥାରେ ଥିବା ବ୍ୟକ୍ତିଙ୍କ କାମ ବେଝେଇକୁ କମ କରିବା ସହ ଅନ୍ୟ ସହଯୋଗ ମଧ୍ୟ ଯୋଗାଇବ । ଡେସ୍କଟପ କମ୍ପ୍ୟୁଟରରେ ଏହି ମେସିନ ପ୍ରସିକ୍ୟୁଟରର ବ୍ୟବହାର କରାଯାଇପାରିବ । ଏହି ସିଷ୍ଟମରେ କୋଟି କୋଟି ଉପକରଣର ତଥ୍ୟ ସଂଗ୍ରହ କରି ରଖିପାରିବ । ସେହି ସବୁ ତଥ୍ୟ ଉପକରଣକୁ ବିଶ୍ଲେଷଣ କରି ମେସିନ ତର୍କ ଉପସ୍ଥାପନ କରିବାରେ ସହାୟକ ହେବ । ଏହା ପୋଲିସ ଓ ଓକିଲଙ୍କ କାର୍ଯ୍ୟରେ ସହାୟକ ହେବ ।ଏହାର ବିକାଶ ଲାଗି ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ହଜାର ହଜାର ନ୍ୟାୟକ ମାମଲାର ଅଧ୍ୟୟନ କରାଯାଇଛି । କ୍ରେଡିଟ କାର୍ଡ , ଜୁଆ,ଜାଲିଆତି,ଚୋରି ଆଦି ମାମଲାକୁ ବିଶ୍ଲେଷଣ କରି ଏହାର ବିଚାର କରିବ ।
ଚୀନର ଏକ ଓକିଲ ମତ ପ୍ରକାଶ କରିଛନ୍ତି ଯେହେତୁ ଏହା ଏକ ମେସିନ ଏହାର କିଛି ତଥ୍ୟ ଭୁଲ ମଧ୍ୟ ହୋଇପାରେ । ତେବେ କିଏ ଦାୟୀ ହେବ ମେସିନ,ଓକିଲ ନା ଆଲେଗାରିଦମ ଡିଜାଇନର ?ମେସିନ ଭୁଲ ଧରିପାରେ କିନ୍ତୁ ଏହାକୁ ମଣିଷଙ୍କ ସ୍ଥାନରେ ରଖିବା ଉଚିତ ହେବ ନାହି ।