ଭାରତରେ ଲଞ୍ଚ ହେଲା ଭିଭୋ ଟି୩

ଭିଭୋ ଟି୩ ପ୍ରୋକୁ ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନର ଚର୍ଚ୍ଚା ଗତ କିଛି ଦିନରୁ ଚାଲିଆସୁଛି, ଯାହାକୁ ବର୍ତ୍ତମାନ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ୨୪ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଆସନ୍ତୁ ଏହି ଫୋନ ବିଶେଷ ସ୍ପେସିଫିକେସନ୍ସ, ଭ୍ୟାରିଆଣ୍ଟସ, ପ୍ରାଇସ ଏବଂ ଅଫର୍ସ ବିଷୟରେ ଜାଣିବା..

ଡିସପ୍ଲେ: ଏହି ଫୋନରେ ୬.୭୭ ଇଞ୍ଚର କଭର୍ଡ ଆମୋଲେଡ ସ୍କ୍ରିନ ଦିଆଯାଇଛି, ଫୁଲ ଏଚଡି ପ୍ଲସ ରିଜୋଲୁସନ, 120Hz ରିଫ୍ରେସ ରେଟ, ୪୫୦୦ ନିଟସର ପିକ ବ୍ରାଇଟନେଓ ସମେତ ଅନେକ ଖାସ ଫିଚର୍ସ ପ୍ରଦାନ କରାଯାଇଛି।

ପ୍ରୋସେସର: ଏହି ଫୋନରେ ପ୍ରୋସେସର ପାଇଁ  Qualcomm Snapdragon 7 Gen 3 ଚିପସେଟ ଦିଆଯାଇଛି, ଯାହା ଗ୍ରାଫିକ୍ସ ପାଇଁ Adreno 720 GPU ସହ ଆସିଥାଏ।