ଭାରତ ବଜାରକୁ ଆସିବ ପ୍ରଥମ ଇଲେକଟ୍ରିକ ବାଇକ
ମେଟ୍ରୋ ଟିଭି ଓଡିଶା,୧୩/୧: ଆଜିର ଯୁବପିଢି ବାଇକ ଚଲାଇବାକୁ ବହୁତ ପସନ୍ଦ କରୁଛନ୍ତି । ପେଟ୍ରୋଲର ଦରଦାମ ଏପରି ହେଲାଣି ଗାଡି ଚଲାଇବାକୁ ଲୋକ ମାନେ ଏବେ ଡରିଲେଣି । ସେଥିପାଇଁ କୋମାକି ଇଲେକଟ୍ରିକ କମ୍ପାନୀ ନିର୍ମାଣ କରିଛି ଏକ ଇଲେକଟ୍ରିକ ବାଇକ ଯାହା ଦେଖିବାକୁ ଷ୍ଟାଇଲିଶ ହେବା ସହ ଚଲାଇବାକୁ ମଧ୍ୟ ସୁନ୍ଦର ହେବ । କୋମାକି ଇଲେକଟ୍ରିକ ବାଇକ କମ୍ପାନୀ ନିଜ ୱେବସାଇଟରେ ପ୍ରଥମ ଥର ଭାବେ ଦମଦାର ଇଲେକଟ୍ରିକ ବାଇକ ସୋ କରିଛି । କମ୍ପାନୀ ଆଗାମୀ ୧୬ ତାରିଖରେ ଏହି ବାଇକର ଦାମ ସମ୍ପର୍କରେ ସୂଚନା ଦେବ । ଗ୍ରାହକଙ୍କ ପସନ୍ଦକୁ ଧ୍ୟାନରେ ରଖି କୋମାକି ରେଞ୍ଜର ଇଲେକଟ୍ରିକ ବାଇକ ଟିପିକାଲ କ୍ରୁଜର ଡିଜାଇନରେ ତିଆରି ହୋଇଛି । ଏହା ଦେଖିବାକୁ ଖୁବ ଆକର୍ଷଣୀ ହୋଇଥିବା ବେଳେ ଏହା ପ୍ରାୟତଃ ବଜାଜ୍ ଆଭ୍ୟେଞ୍ଜର ଭଳି ଦେଖାଯାଉଛି ।
ଏଥିରେ କ୍ରୋମ ଗାର୍ନିଶ ଦିଆଯାଇଛି । ଏହାସହ ବାଇକକୁ ରେଟ୍ରୋ ଷ୍ଟାଇଲର ଲୁକ ଦିଆଯାଇଛି । ଏଥିରେ ହାଣ୍ଡଲ୍ୟାମ୍ପ ସହିତ ରେଟ୍ରୋ ଥିମର ସାଇଡ ଇଣ୍ଡିକେଟର୍ସ ମଧ୍ୟ ଲଗାଯାଇଛି । ଏହାର ବ୍ୟାକ ସାଇଡରେ ବସିବା ପାଇଁ ଆରାମ ଦାୟକ ବ୍ୟାକରେଷ୍ଟ ଲଗାଯାଇଛି । ବାଇକର ଦୁଇ ସାଇଡରେ ଶକ୍ତ ପେନିୟର୍ସ ଲଗାଯାଇଛି । ଯାହାଦ୍ୱାରା ଲମ୍ବା ଯାତ୍ରାରେ କୌଣସି ସମସ୍ୟା ହେବ ନାହିଁ । ଏଥିରେ ୪ କିଲୋୱାଟର ବ୍ୟାଟେରୀ ଦିଆଯାଇଛି । ଯାହା ୫ହଜାର ୱାଟର ମୋଟର ସହିତ ଆସିବ । କମ୍ପାନୀର କହିବା ଅନୁଯାୟୀ ଏହାକୁ ଥରେ ଚାର୍ଜ କଲେ ଏହା ସିଧା ୨୫୦ କିଲୋମିଟର ଯିବ । କେବଳ ଏହାର ଦାମ୍ କୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।