ବ୍ରହ୍ମୋସ ମିସାଇଲ ସଫଳ ପରୀକ୍ଷଣ କଲା ଭାରତ
ମେଟ୍ରୋ ଟିଭି ଓଡିଶା,୨୦/୧ : ଭାରତ ଆଉ ଏକ ମିସାଇଲର ଉତକ୍ଷେପଣରେ ସଫଳ ହୋଇଛି । ଦେଶ ସାରିକ ଅସ୍ତ୍ର ଶସ୍ତ୍ରରେ ବିକଶିତ ହେବା ପାଇଁ ବିଭିନ୍ନ ମିସାଇଲର ପରୀକ୍ଷା କରୁଛି । ଏବେ ବୌଜ୍ଞାନିକ ମାନେ ବ୍ରହ୍ମୋସ ମିସାଇଲ ନୂଆ ଭର୍ସନର ସଫଳ ଉତକ୍ଷେପଣ କରିଛନ୍ତି ।
ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ନ୍ୟୁ ଭର୍ସନର ସଫଳ ଉତକ୍ଷେପଣ । ଦିନ ୧୦ଟା ୩୫ରେ ଚାନ୍ଦିପୁରର ୩ ନମ୍ବର ଲଞ୍ଚ ପ୍ୟାଡରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ ଉତକ୍ଷେପଣ ହୋଇଛି । ଏହି ମିସାଇଲର ଲକ୍ଷ୍ୟଭେଦୀ କ୍ଷମତା ୧ ହଜାର କିଲୋମିଟର । ୨ଶହରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ମିସାଇଲ ।