ବେଦାନ୍ତ ଆଲୁମିନିୟମର ନୂଆ ମାଇଲଖୁଣ୍ଟ
ବେଦାନ୍ତ ଆଲୁମିନିୟମ ସମ୍ପ୍ରସାରଣ ଯୋଜନାରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ୩ ମିଲିୟନ ଟନ (ଏମ୍ଟିପିଏ)ର ଆଲୁମିନିୟମ ଉପତ୍ାଦନ କ୍ଷମତା ବିଶିଷ୍ଟ ଶ୍ରେଷ୍ଠ ୩ଟି ବିଶ୍ୱସ୍ତରୀୟ ସଂସ୍ଥାଙ୍କ ମଧ୍ୟରେ ରହିବା ଲାଗି ଚାଲିଥିବା ସମ୍ପ୍ରସାରଣ ପ୍ରୟାସ ମଧ୍ୟରେ ଏକ ପ୍ରମୁଖ ମାଇଲଖୁଣ୍ଟ ରୂପେ ଘୋଷଣା କରିଛି। ବିଶେଷକରି ୧୦୦% ଭୂଲମ୍ବ ଏକୀକରଣ ହାସଲ କରିବା ଦିଗରେ କମ୍ପାନୀ ଓଡ଼ିଶାର ଲାଞ୍ଜିଗଡ଼ଠାରେ ଥିବା ବିଶ୍ୱଶ୍ରେଣୀର ଆଲୁମିନା ରିଫାଇନେରିରେ ୧.୫ ଏମ୍ଟିପିଏ ବିସ୍ତାରର ସଫଳ ରୂପାୟନ କରିଛି। ଏହା ସହ ଆଲୁମିନା ରିଫାଇନେରିର ଉତ୍ପାଦନ କ୍ଷମତା ବର୍ତ୍ତମାନ ୨ ଏମ୍ଟିପିଏରୁ ୩.୫ ଏମ୍ଟିପିଏକୁ ବୃଦ୍ଧି ପାଇଛି। ଅପରପକ୍ଷରେ ୧.୫ ଏମ୍ଟିପିଏ କ୍ଷମତା ହେଉଛି, କମ୍ପାନୀର ନୂତନ ବିସ୍ତାରର ଏକ ଅଂଶ,ଯାହାକି ଲାଞ୍ଜିଗଡ଼ ରିଫାଇନେରିରେ ସାମଗ୍ରିକ କ୍ଷମତାକୁ ୨ରୁ ୫ଏମ୍ଟିପିଏକୁ ବୃଦ୍ଧି କରିବ ବୋଲି ଜଣାପଡିଛି। ସେହିଭଳି ବେଦାନ୍ତ ଆଲୁମିନିୟମ ଭାରତର ନିମ୍ନ ଅଙ୍ଗାରକାମ୍ଳ ‘ସବୁଜ’ ଆଲୁମିନିୟମ ପରିସର, ବ୍ରାଣ୍ଡେଡ୍ ରେସ୍ତେଁରା ସମେତ ବିଶ୍ୱର ଉଚ୍ଚମାନର ଆଲୁମିନିୟମ ଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏହି ଉଉତ୍ପାଦକ ତ୍ଅ ଟୋମୋବାଇଲ, ଏରୋସ୍ପେସ୍, ପ୍ରତିରକ୍ଷା, ଭିତ୍ତିଭୂମି,ବିଦ୍ୟୁତ୍ ପ୍ରକଳ୍ପ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏପରିକି କମ୍ପାନୀ ଭାରତରେ ପ୍ରିମିୟର ସ୍ମେଲ୍ଟର ଗ୍ରେଡ୍ ଆଲୁମିନାର ବୃହତମ ଉତ୍ପାଦକ ମଧ୍ୟରୁ ଅନ୍ୟତମ ହୋଇଥିବାବେଳେ ଝାରସୁଗୁଡ଼ା ଓ ବାଲ୍କୋରେ କମ୍ପାନୀର କଞ୍ଚାମାଲ ପ୍ରସ୍ତୁତ ହୋଇଥାଏ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍ ସ୍ଲାଭେନ କହିଛନ୍ତି, କମ୍ପାନୀ ବିସ୍ତାରିତ କ୍ଷମତା ପରିଚାଳନା କରିବାକୁ ଯାଉଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଆମର କଞ୍ଚାମାଲ ସୁରକ୍ଷାକୁ ମଜଭୁତ ସହ ଝାରସୁଗୁଡ଼ା ଓ ବାଲ୍କୋ ଆଲୁମିନିୟମ ସ୍ମେଲଟର ୟୁନିଟ୍ ପାଇଁ ମଧ୍ୟ ଖର୍ଚ୍ଚ ହ୍ରାସ କରିବ। ବିଶେଷକରି ଏହା ୧୦୦% ଭୂଲମ୍ବ ଏକୀକରଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଓ ଆମକୁ ଦୃଢ଼ ଭାବେ ବିଶ୍ୱ ଆଲୁମିନିୟମ ବଜାରରେ ସ୍ଥାନିତ କରିବ।