ବାୟୋ-ରାଇଡ୍’ ଯୋଜନାକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି)ର ଦୁଇଟି ପ୍ରମୁଖ ଯୋଜନାକୁ ବାୟୋମ୍ୟାନୁଫାକ୍ଚରିଂ ଏବଂ ବାୟୋଫାଉଣ୍ଡରୀ ନାମକ ଏକ ନୂତନ ଉପାଦାନ ସହିତ ‘ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଇନୋଭେସନ ଆଣ୍ଡ ଏଣ୍ଟରପ୍ରେନରସିପ୍ ଡେଭଲପମେଣ୍ଟ (ବାୟୋ-ରାଇଡ୍)’ ଭାବେ ମିଶ୍ରଣ କରିବାକୁ ମଞ୍ଜୁରି ମିଳିଛି।ଏହି ଯୋଜନାରେ ତିନୋଟି ବ୍ୟାପକ ଉପାଦାନ ରହିଛି:

କ) ବାୟୋଟେକ୍ନୋଲୋଜି ଗବେଷଣା ଓ ବିକାଶ (ଆରଆଣ୍ଡଡି);

ଖ) ଶିଳ୍ପ ଓ ଉଦ୍ୟୋଗ ବିକାଶ (ଆଇଆଣ୍ଡଇଡି)

ଗ) ବାୟୋମ୍ୟାନୁଫାକ୍ଚରିଂ ଏବଂ ବାୟୋଫାଉଣ୍ଡରୀ

 ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ୧୫ତମ ଅର୍ଥ ଆୟୋଗ ଅବଧି ରେ ଏକତ୍ରିକରଣ ଯୋଜନା ‘ବାୟୋ-ରାଇଡ୍’ର କାର୍ଯ୍ୟକାରିତା ପାଇଁ ପ୍ରସ୍ତାବିତ ବ୍ୟୟ ଅଟକଳ ୯୧୯୭ କୋଟି ଟଙ୍କା ରହିଛି।