ପ୍ରସିଦ୍ଧ ଏମିରେଟ୍ସର ବେସ ଏୟାର ଲାଇନ : ଓଜନ ବୃଦ୍ଧି ହେଲେ କଟାଯାଉଛି ଦରମା
ମେଟ୍ରୋ ଟିଭି ଓଡିଶା,୩୧/୧ : ପ୍ରସିଦ୍ଧି ଏୟାର ଲାଇନ ଭାବେ ଏମିରେଟ୍ସର ବେଶ୍ ନା କମାଇଛି । ଏହି ଏୟାର ଲାଇନ୍ସରେ କାମ କରୁଥିବା ଏୟାର ହୋଷ୍ଟସ କରିଛନ୍ତି ବଡ ଖୁଲାସା । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଏଠାରେ କାମ କରୁଥିବା ଏହାର ହୋଷ୍ଟେସଙ୍କ କହିବା ମୁତାବକ ଏଠାରେ କାମ କରୁଥିବା ବେଳେ ଯଦି ଏୟାର ହୋଷ୍ଟେସମାନଙ୍କର ଓଜନ ବୃଦ୍ଧି ହୋଇଥାଏ ତେବେ ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥାଏ ଓ ବେଳେ ବେଳେ ଏହି କାରଣରୁ ସେମାନଙ୍କର ଦରମା ବି କଟାଯାଇଥାଏ ।
ଏନେଇ ଏୟାର ଲାଇନ୍ସର କୌଣସି ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ସୂଚନା ମୁତାବକ ଏମିରେଟ୍ସ ଏୟାର ଲାଇନରେ ଏୟାର ହୋଷ୍ଟେସ ଭାବେ କାମ କରି ଅବସର ନେଇଥିବା ଜଣେ ଯୁବତୀ କହିଛନ୍ତି ଏୟାର ହୋଷ୍ଟେସମାନଙ୍କର ଖିଲି ଖିଲି ହସ, ସାଜସଜା ପଛରେ କମ୍ପାନୀ ଦ୍ୱାରା ଲାଗୁ କରାଯାଇଥିବା ଅନେକ କଠିନ ନିୟମ ବି ପାଳନ କରିବାକୁ ପଡିଥାଏ ।
ପୂର୍ବ ଏୟାର ହୋଷ୍ଟେସ ମାୟା ଦୁକାଶିକ କହିଛନ୍ତି କି ମୁମ୍ବାଇରୁ ନ୍ୟୁଜଲାଣ୍ଡ ଯାଉଥିବା ବିମାନ ଲଗାତର ୧୭ ଘଣ୍ଟା ଉଡାଣ ଭରିଥାଏ । ଏହି ଫ୍ଲାଇଟରେ ଯାଉଥିବା ସମସ୍ତ ଏୟାର ହୋଷ୍ଟେସଙ୍କ ପାଇଁ ‘ଗ୍ଲାମରସ ଏମିରେଟ୍ସ ଫେସ’ ବହୁତ ଜରୁରୀ ହୋଇଥାଏ । ଏନେଇ ଏୟାର ଲାଇନ ପକ୍ଷରୁ ଆପିଏରନ୍ସ ମ୍ୟାନଜମେଣ୍ଟ ପ୍ରୋଗ୍ରାମ ବି ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରୋଗ୍ରାମକୁ ଇମେଜ ଓ ସୌନ୍ଦର୍ୟ୍ୟତା ଉପରେ ନଜର ରଖିବା ପାଇଁ ଅଫିସର ନିଯୁକ୍ତି ହୋଇଥାନ୍ତି ।
ଆଉଜଣେ ପୂର୍ବ ଏୟାର ହୋଷ୍ଟେସ କହିଛନ୍ତି କି ଇମେଜ ଓ ୟୁନିଫର୍ମକୁ ନେଇ ବହୁତ କଡା ନିୟମ ଥାଏ । ଯଦି ୟୁନିଫର୍ମରେ କାହାର ଟାଟୁ ବାହାରକୁ ଦେଖାଯାଏ ତେବେ ତାକୁ ଚାକିରୀରୁ ବହିସ୍କୃତ କରାଯାଇଥାଏ । ଅନ୍ୟପଟେ ଯେଉଁ ଏୟାର ହୋଷ୍ଟେସଙ୍କ ଓଜନ ବଢିଯାଏ ତା ଉପରେ ଅଫିସରମାନେ କଡା ନଜର ରଖିଥାନ୍ତି । ଯଦି ଏୟାର ହୋଷ୍ଟେସଙ୍କର କମ୍ରାଗତ ଓଜନ ବୃଦ୍ଧି ଘଟେ ତେବେ ତାଙ୍କୁ ଚେତାବନୀ ଦେଇଥାନ୍ତି ନଚେତ ତାଙ୍କ ଦରମା କଟା ହୋଇଥାଏ ।