ନିର୍ବାଚନ ପାଇଁ ଅନ୍ଲାଇନ୍ରେ କରନ୍ତୁ ଭୋଟର କାର୍ଡ
ମେଟ୍ରୋ ଟିଭି ଓଡିଶା,୧୦/୧: ଭାରତରେ ଭୋଟର କାର୍ଡର ବ୍ୟବହାର କେବଳ ଭୋଟ ପାଇ ନୁହେଁ ବରଂ ଠିକଣା ପ୍ରମାଣପତ୍ର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପାଇ ମଧ୍ୟ ବ୍ୟବହାର କରାଯାଏ । ଯଦି କେବେ ଭୋଟର କାର୍ଡ ହଜି ଯାଏ ତାହାଲେ ପୁଣି ଅନଲାଇନ ଦ୍ୱାରା ନୂତନ ଭୋଟ କାର୍ଡ ତିଆର ହୋଇପାରିବ । ଜାନୁୟାରୀ ୨୫, ୨୦୨୧ ରେ ଏକାଦଶ ଜାତୀୟ ଭୋଟର ଦିବସ ଅବସରରେ ନିର୍ବାଚନ ଆୟୋଗ ସାରା ଦେଶରେ ଡିଜିଟାଲ୍ ଭୋଟର ID କାର୍ଡ କିମ୍ବା ଇଲେକ୍ଟ୍ରୋନିକ୍ ଇଲେକ୍ଟୋରାଲ୍ ଫଟୋ ID କାର୍ଡ (ଇ-ଇପିସିଆଇ) ର ସୁବିଧା ଆରମ୍ଭ କରିଥିଲେ। ବାସ୍ତବରେ, e-EPIC ହେଉଛି ଭୋଟର ID କାର୍ଡର ଅଣ-ସମ୍ପାଦିତ ଏବଂ ସୁରକ୍ଷିତ PDF ଭର୍ସନ ଏବଂ ସମାନ ଭାବରେ ଏହାର ବୈଧତା ରହିଛି । ଆପଣ ଏହାକୁ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ସହଜରେ ଡାଉନଲୋଡ୍ କରିପାରିବେ । ଇ-ଇପିସିଆଇ ଡିଜି ଲକରରେ ମଧ୍ୟ ଅପଲୋଡ୍ ହୋଇପାରିବ କିମ୍ବା ଏହା ପ୍ରିଣ୍ଟ୍ ହୋଇପାରିବ ।
ପ୍ରଥମେ https://www.nvsp.in/ କୁ ଯାଆନ୍ତୁ ଡାଉନଲୋଡe-EPIC କାର୍ଡ ଉପରେ କ୍ଲିକ କରନ୍ତୁ
ନୂଆ ୟୁଜର୍ସ ରୂପରେ ଲଗଇନ/ ରେଜିଷ୍ଟର କରନ୍ତୁ ,e-EPIC ଡାଉନଲୋଡ ଉପରେ କ୍ଲିକ କରନ୍ତୁ ,e-EPIC ନମ୍ବର କିମ୍ବା ଫର୍ମ ରେଫରେନ୍ସ ନମ୍ବର ଏଣ୍ଟ୍ରି କରନ୍ତୁ , ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପଠାଯାଇଥିବା ଙଞଚ ଯାଞ୍ଚ କରନ୍ତୁ , ଡାଉନଲୋଡ e-EPIC ଉପରେ କ୍ଲିକ କରନ୍ତୁ , KYC ସଂପୂର୍ଣ୍ଣ କରିବାକୁ e-KYC ଉପରେ କ୍ଲିକ୍ କରନ୍ତୁ , KYC ସଂପୂର୍ଣ୍ଣ କରିବାକୁ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ କରନ୍ତୁ , e-EPIC ଡାଉନଲୋଡ୍ କରନ୍ତୁ ।
ଜାତୀୟ ଭୋଟର ଦିବସରେ ନିର୍ବାଚନ ଆୟୋଗ ଇ-ଇପିସିଆଇ ସୁବିଧା ଆରମ୍ଭ କରିଥିଲେ। ଏହାର ସବୁଠାରୁ ବଡ ସୁବିଧା ହେଉଛି ଯେ ଭୋଟରମାନେ ପ୍ରତ୍ୟେକ ଥର ସହର କିମ୍ବା ରାଜ୍ୟ ପରିବର୍ତ୍ତନ କରିବା ସମୟରେ ଏକ ନୂତନ କାର୍ଡର ଆବଶ୍ୟକତା ନାହିଁ । ସେମାନେ କେବଳ ଠିକଣା ବଦଳାଇ କାର୍ଡର ନୂତନ ଭର୍ସନ ଡାଉନଲୋଡ୍ କରିପାରିବେ ।