ଅଧିକାଂଶ ଲୋକ ନିଜ ନିଜର ସ୍ମାର୍ଟଫୋନରେ ଦୁଇଟି ଲେଖାଏଁ ସିମ୍ ବ୍ୟବହାର କରୁଛନ୍ତି । ଏପରି ସ୍ଥିତିରେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଇବା ସହିତ ଦ୍ୱିତୀୟଟିକୁ ସକ୍ରିୟ ରଖିବା ପାଇଁ ସର୍ବନିମ୍ନ ରିଚାର୍ଜ କରିବାକୁ ପଡ଼ିଥାଏ । ଏବେ ଏୟାରଟେଲ, ଭୋଡ଼ାଫୋନ ଓ ରିଲାଏନ୍ସ ଜିଓ ପରି ଟେଲିକମ୍ କମ୍ପାନୀମାନଙ୍କରର ସିମକୁ ଆକ୍ଟିଭେଟ ରଖିବାକୁ ହେଲେ ଗ୍ରାହକଙ୍କୁ ସର୍ବନିମ୍ନ ୧୫୦ ଟଙ୍କାର ରିଚାର୍ଜ କରିବାକୁ ପଡ଼ୁଛି ।ତେବେ ଟାରିଫରେ ବୃଦ୍ଧି ପରେ ସିମ୍ ଆକ୍ଟିଭେଟ ରଖିବା ପାଇଁ ଗ୍ରାହକଙ୍କ ୧୫୦ ଟଙ୍କା ବଦଳରେ ୧୮୦ରୁ ଆରମ୍ଭ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ । ଅର୍ଥାତ ଯଦି ଆପଣ ଦୁଇଟି ସିମ୍ ଚଳାଉଛନ୍ତି, ତେବେ ସେଥିପାଇଁ ଆପଣଙ୍କୁ ଅତିକମରେ ମାସକୁ ବା ୨୮ ଦିନ ପାଇଁ ୪୦୦ ଟଙ୍କାର ରିଚାର୍ଜ କରିବାକୁ ପଡ଼ିପାରେ । ଆଗାମୀ କିଛି ମାସରେ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ ନିଜର ପ୍ରିପେଟ ଓ ପୋଷ୍ଟପୋଷ୍ଟ ରିଚାର୍ଜ ପ୍ଲାନରେ ବୃଦ୍ଧି କରିପାରନ୍ତି ବୋଲି ଇଣ୍ଡଷ୍ଟ୍ରି ସହ ଜଡ଼ିତ କିଛି ଏକ୍ସପର୍ଟ ଅନୁମାନ କରିଛନ୍ତି ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post