ଡିଫେନ୍ସରେ ଯୋଡି ହେବ ଇଲେକଟ୍ରି ଗାଡି

ଡିଫେନ୍ସରେ ଯୋଡି ହେବ ଇଲେକଟ୍ରି ଗାଡି

ମେଟ୍ରୋ ଟିଭି ଓଡିଶା,୨୮/୧ : ଦୁନିଆରେ ଏବେ ଇଲେକଟ୍ରିକ ଗାଡ଼ିର କ୍ରେଜ ବଢ଼ିବାରେ ଲାଗିଛି। ଯଦି ଆପଣ ତେଲ ଦରର ମାଡ଼ରୁ ନିଜକୁ ବଞ୍ଚେଇବାକୁ ଚାହୁଁଛନ୍ତି। ତେବେ ଇଲେକଟ୍ରିକ ବାହନ ଆପଣଙ୍କ ପାଇଁ ଭଲ ବିକଳ୍ପ ହେବ। ଏବେ ଏପରି ଇଲେକଟ୍ରି ଗାଡି ତିଆରି ହୋଇଛି ଯାହା ଡିଫେନ୍ସ ଫୋର୍ସରେ ବ୍ୟବହାର କରାଯିବ।ଏବେ ଡିଫେନ୍ସ ଫୋର୍ସରେ ବ୍ୟବହାର ହେଉଥିବା ଗାଡ଼ିର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। କାରଣ ଆଗରୁ କେବେ ବି ଇଲେକଟ୍ରିକ ଗାଡ଼ି ଡିଫେନ୍ସ କାର୍ଯ୍ୟର ବ୍ୟବହାର କରାଯାଇନାହିଁ।
ସୂଚନା ଅନୁସାରେ,ଓସକସ୍ ଡିଫେନ୍ସ ହାଇବ୍ରିଡ ଇଲେକଟ୍ରିକ ଗାଡ଼ି ବାହାର କରିଛି। ଏହାର ନାମ ଟେକ୍ଟିକାଲ ହାଇବ୍ରିଡ ଇଜେଏଲଟିବି ଇଲେକଟ୍ରିକ ଗାଡ଼ି ରଖାଯାଇଛି। ୟୁଏସ୍ର ଆର୍ମି ଫୋର୍ସ ପାଇଁ କମ୍ପାନୀ ଏହାକୁ ତିଆରି କରିଛି। ଏହା ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଭଲ ବିକଳ୍ପ ହେବ।ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା ସମ୍ପର୍କରେ ଜରୁରୀ ସୂଚନା ସାମ୍ନାକୁ ଅଣାଯାଇନାହିଁ। ଏଥିରେ ଥିବା ଲିଥିୟମ ଆୟନ ବ୍ୟାଟେରୀ ୩୦ ମିନିଟରେ ଚାର୍ଜ ହୋଇଯିବ । ଏହା ଡିଫେନ୍ସ ଗାଡ଼ି ଫୋର୍ସ ପାଇଁ ଭଲ ବିକଳ୍ପ ହୋଇପାରିବ ବୋଲି କୁହାଯାଇଛି।