ଜଲୱା ଦେଖାଇଛି ୱାନ୍‌ପ୍ଲସ ସ୍ମାର୍ଟଫୋନ୍‌ 

ସ୍ମାର୍ଟଫୋନ୍‌ ଦୁନିଆରେ ଆଇଫୋନ୍‌ ଭଳି ଏବେ ଜଲୱା ଦେଖାଇଛି ୱାନ୍‌ପ୍ଲସ ସ୍ମାର୍ଟଫୋନ୍‌ ।ବଜେଟ୍‌ରେ ୱାନ୍‌ପ୍ଲସ୍‌ ସିରିଜ୍‌ର ଏକ ନୂଆ ଫୋନ୍‌ ଉପଲବ୍ଧ ହୋଇଛି । ମାତ୍ର ୯୯୯୯ ଟଙ୍କା ବଜାରକୁ ଆସିଛି ଏହି ଫିଚର ଫୋନ୍‌ ।୬.୭୨ ଇଞ୍ଚ୍‌ର ଏଚ୍‌ଡି ଡିସ୍‌ପ୍ଲେ’ ସହ ଏଥିରେ ୫ ହଜାର mAhର ବ୍ୟାଟେରୀ ବ୍ୟାକଅପ୍‌ ରହିଛି ।OnePlus Nord CE 3 Liteରେ ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍‌ ମିଳୁଛି । ଏହାର ପ୍ରାଇମେରୀ କ୍ୟାମେରା ୧୦୮ ମେଗାପିକ୍ସେଲ ରହିଥିବା ବେଳେ ହାଇ ରିଜୋଲ୍ୟୁସନ ୧୬ ମେଗାପିକ୍ସେଲର ଫ୍ରଣ୍ଟ୍‌ କ୍ୟାମେରା ସହ ଉପଲବ୍ଧ ।କର୍ଣ୍ଣିଂ ଗରିଲା ଗ୍ଲାସ ସହ ଫୋନ୍‌ରେ ସ୍ନାପ ଡ୍ରାଗନ ୬୯୫ 5G ପ୍ରୋସେସର ଏହି ଫୋନ୍‌ରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ରହିବ ।