ଗ୍ରାହକଙ୍କ ପାଇଁ ଖୁସି ଖବର:ଏବେ ୫୦ଟଙ୍କାରୁ କମରେ ହେବ ରିଚାର୍ଜ
ମେଟ୍ରୋ ଟିଭି ଓଡିଶା,୨୭/୧ : ଗ୍ରାହକଙ୍କ ପାଇଁ ଖୁସିଖବର। ବିଏସଏନଏଲ୍ ଆଣିଛି ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍। ଯାହାଦ୍ୱାରା ଗ୍ରାହକ ମାନେ ଖୁବ୍ ଲାଭବାନ୍ ହୋଇପାରିବା । ସରକାରୀ ଟେଲିକମ୍ କମ୍ପାନୀ ପାଖରେ ୫୦ ଟଙ୍କାରୁ କମ୍ ରେ ୨ଟି ଜବରଦସ୍ତ ରିଚାର୍ଜ ପ୍ଲାନ୍ ରହିଛି। ଏହି ପ୍ଲାନ୍ ୧୮ ଓ ୨୯ ଟଙ୍କାରେ। ଟେଲିକମର ଏକ ରିପୋର୍ଟ ଅନୁସାରେ ବିଏସଏନଏଲର ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହ ଇଣ୍ଟରନେଟ୍ ଡାଟାର ବି ସୁବିଧା ପାଇପାରିବେ। ଏହି ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ୨ ଜିବି ପର୍ଯ୍ୟନ୍ତ ବି ଡାଟା ପାଇପାରିବେ ।
ସୂଚନା ଅନୁଯାୟୀ,ବିଏସଏନଏଲ୍ର ୧୮ ଟଙ୍କିଆ ଚିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୨ ଦିନ ଭ୍ୟାଲିଡିଟି ସହ ପ୍ରତିଦିନ ୨ଜିବି ଡାଟା ମିଳିଥାଏ। ଅର୍ଥାତ୍ ଦିନକୁ ୧ ଜିବି ଡାଟା ମିଳିଥାଏ। ଏହି ପ୍ଲାନରେ ଗୋଟିଏ ଦିନକୁ ୯ଟଙ୍କା ପଡିଥାଏ। ବିଏସଏନଏଲ୍ ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସୁବିଧା ମିଳିବ। ଏହି ପ୍ଲାନ୍ ରେ ୫ ଦିନ ଭ୍ୟାଲିଡିଟି ମିଳିଥାଏ। ଏହା ସହ ଏଥିରେ ୧ଜିବିର ଡାଟା ମିଳିଥାଏ। ଏହି ପ୍ଲାନରେ ଅନଲିମିଟେଡ୍ କଲିଂର ସୁବିଧା ଉପଲବ୍ଧ ରହିଛି। କିନ୍ତୁ ଏବେ ଏହି ପ୍ଲାନରେ ଏସଏମଏସର କୌଣସି ସୁବିଧା ଉପଲବ୍ଧ ନାହିଁ। ଏହି ସବୁ ପ୍ଲାନ୍ ଛଡ଼ା ବିଏସଏନଏଲ୍ ୯୯ଟଙ୍କାରେ ଆଉ ଏକ ଜବରଦସ୍ତ ରିଚାର୍ଜ ପ୍ଲାନ୍ ଆଣିଛି। ଏହି ପ୍ଲାନ୍ ୨୨ ଦିନ ପାଇଁ। ଏଥିରେ ଅନଲିମିଟେଡ୍ କଲିଂ ରହିଛି କିନ୍ତୁ ଏଥିରେ କୌଣସି ଡାଟାର ସୁବିଧା ନାହିଁ। ଏଥିରେ SMSର ବି ସୁବିଧା ନାହିଁ।