ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା Nothing ବର୍ତ୍ତମାନ ସୁଦ୍ଧା ୨ ଟି ସ୍ମାର୍ଟଫୋନ୍ ଲଞ୍ଚ କରିଛି । କିଛି ସମୟ ପୂର୍ବରୁ କମ୍ପାନୀ ଏହାର ସବ୍ ବ୍ରାଣ୍ଡ CMF By Nothing ଲଞ୍ଚ କରିଥିଲା । ଖୁବ୍ ଶୀଘ୍ର କମ୍ପାନୀ ଏହି ବ୍ରାଣ୍ଡର କିଛି ପ୍ରଡକ୍ଟ ଭାରତରେ ଲଞ୍ଚ କରିବାକୁ ଯାଉଛି । ଏହି ସମସ୍ତ ପ୍ରଡକ୍ଟ ୨୬ ସେପ୍ଟେମ୍ବର ଅପରାହ୍ନ ୨.୩୦ରେ ଲଞ୍ଚ ହେବ ବୋଲି ସୂଚନା ମିଳିଛି । ଏହି ବ୍ରାଣ୍ଡ ଜରିଆରେ କମ୍ପାନୀ ଏହାର ଷ୍ଟାଇଲିଶ୍ ପ୍ରଡକ୍ଟକୁ କମ୍ ମୂଲ୍ୟରେ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛି । କିଛି ସମୟ ପୂର୍ବରୁ ସ୍ମାର୍ଟ ୱାଚ୍ ଏବଂ TWS ବଡ୍ସ ଲଞ୍ଚ କରିବାକୁ Nothing କମ୍ପାନୀ ସୂଚନା ଦେଇଥିଲା, ଯାହା କମ୍ପାନୀ ବର୍ତ୍ତମାନ ସବ୍ ବ୍ରାଣ୍ଡ ଅଧୀନରେ ଲଞ୍ଚ କରିବ ବୋଲି ଜଣା ପଡ଼ିଛି ।CMF ବ୍ରାଣ୍ଡ ଦ୍ୱାରା Nothing ପକେଟ ଫ୍ରେଣ୍ଡଲି ପ୍ରଡକ୍ଟଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଟାର୍ଗେଟ ରଖିଛି । ଆପଣ ଫ୍ଲିପକାର୍ଟ ଏବଂ ମିନ୍ତ୍ରା ଭଳି ଅନଲାଇନ୍ ପ୍ଲାଟଫର୍ମ ତଥା ରିିଟେଲ ସେଲରୁ ମଧ୍ୟ କିଣି ପାରିବେ । ବର୍ତ୍ତମାନ ସୁଦ୍ଧା କମ୍ପାନୀ ତରଫରୁ କୌଣସି ପ୍ରକାର ସୂଚନା ସେୟାର କରାଯାଇ ନାହିଁ । କିନ୍ତୁ ଜଣେ ଲିକଷ୍ଟର୍ ଟ୍ଵିଟରରେ ନୂଆ ପ୍ରଡକ୍ଟ ବିଷୟରେ ସୂଚନା ସେୟାର କରିଛନ୍ତି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post