ଆମାଜନ୍ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ ୨୦୨୩ ଆରମ୍ଭ ହୋଇଯାଇଛି । ଯେଉଁଥିରେ ସ୍ମାର୍ଟୱାଚ୍ କିଣିବା ଉପରେ ଭାରି ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ ଏତେ ଅଧିକ ରହିଛି ଯେ, ଗ୍ରାହକମାନେ ଅଧାରୁ ବି କମ୍ ମୂଲ୍ୟରେ AMOLED ଡିସପ୍ଲେ ସ୍ମାର୍ଟୱାଚ୍ କିଣି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ସ୍ମାର୍ଟୱାଚ୍ରେ ଆମାଜନ୍ ଭାରି ଡିସକାଉଣ୍ଟ ଦେଉଛି ।Noiseର ଏହି ସ୍ମାର୍ଟୱାଚ୍ ୧,୯୯୯ ଟଙ୍କାରେ ମିଳୁଛି । ଏଥିରେ ୧.୭୮ ଇଞ୍ଚର AMOLED ରାଉଣ୍ଡ ଡିସପ୍ଲେ, ଫଙ୍କ୍ସନାଲ୍ କ୍ରାଉନ୍ ଏବଂ ଷ୍ଟେସ୍ ଟ୍ରାକିଂ ସହିତ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍ ଟ୍ରାକିଂ ଫିଚର ଅଛି । ଏହି ଘଣ୍ଟା ସାମାନ୍ୟ ବ୍ୟବହାରରେ ସାତ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ସପୋର୍ଟ ଦେଇଥାଏ । ଏହାର ପ୍ରକୃତ ମୂଲ୍ୟ ହେଉଛି ୭,୯୯୯ ଟଙ୍କା ଯେଉଁଥିରେ ଭାରି ଡିସକାଉଣ୍ଟ ଦିଆଯାଉଛି ।ଆମାଜନରେ boAt Xtend Plusର ଦାମ୍ ୧,୯୯୯ ଟଙ୍କା ରହିଛି । ଏଥିରେ ୧.୭୮ ଇଞ୍ଚର AMOLED ଡିସପ୍ଲେ, ୧୦୦ରୁ ଅଧିକ ସ୍ପୋର୍ଟ୍ସ ମୋଡ୍, ଷ୍ଟ୍ରେସ୍ ଟ୍ରାକିଂ ସହିତ ଅଲେଓ୍ଵଜ୍ ଅନ୍ ଡିସପ୍ଲେ ଏବଂ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍ ଟ୍ରାକିଂ ଫିଚର ଅଛି । ଏହି ଓ୍ଵାଚରେ ୭୦୦ ନିଟ୍ସ ବ୍ରାଇଟନେସ୍ ମିଳିଥାଏ । ଏବଂ ସାମାନ୍ୟ ବ୍ୟବହାର କଲେ ଏହା ୭ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ସପୋର୍ଟ ଦେଇଥାଏ । ଏହାର ପ୍ରକୃତ ପ୍ରାଇସ୍ ୮,୯୯୯ ଟଙ୍କା କିନ୍ତୁ ଡିସକାଉଣ୍ଟ ପରେ ଏହା ଏତେ ଶସ୍ତାରେ ମିଳୁଛି ।Fire-Boltt Visionary ୨,୧୯୯ ଟଙ୍କାରେ ମିଳୁଛି । ଏଥିରେ ୧,୭୮ ଇଞ୍ଚର AMOLED ଡିସପ୍ଲେ, ୧୦୦ରୁ ଅଧିକ ସ୍ପୋର୍ଟ୍ସ ମୋଡ, ଅଲେଓ୍ଵଜ୍ ଅନ୍ ଡିସପ୍ଲେ ଏବଂ ଷ୍ଟ୍ରେସ୍ ଟ୍ରାକିଂ ସହିତ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍ ଟ୍ରାକିଂ ଫିଚର୍ସ ମିଳିଥାଏ । ଏହି ଘଣ୍ଟାରେ ୭୦୦ ନିଟ୍ସ ବ୍ରାଇଟନେସ୍ ମିଳିଥାଏ ଏବଂ ସାମାନ୍ୟ ବ୍ୟବହାରରେ ଏହା ପାଞ୍ଚ ଦିନର ବ୍ୟାଟେରୀ ଲାଇଫ ଦେଇଥାଏ । ଆମାଜନରେ NoiseFit Haloର ଦାମ୍ ୨,୪୯୯ ଟଙ୍କା ରହିଛି । ଏଥିରେ ୧.୪୩ ଇଞ୍ଚର AMOLED ରାଉଣ୍ଡ ଡିସପ୍ଲେ ଏବଂ ଷ୍ଟ୍ରେସ୍ ଟ୍ରାକିଂ ସହିତ SPO2 ମନିଟରିଂ ଭଳି ବିଭିନ୍ନ ହେଲଥ୍ ଟ୍ରାକିଂ ଫିଚର ଅଛି ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post