୧୬ ହଜାର ଫୁଟ ଉପରୁ ଫୋନ ପଡ଼ିବି ବି ସୁରକ୍ଷିତ । ଖାଲି ସୁରକ୍ଷିତ ନୁହେଁ ପୂର୍ବ ଭଳି ଚାଲୁଛି ଫୋନ୍ । ଆଲାସ୍କା ଏୟାର୍ ଲାଇନ୍ସର ବୋଇଂ 737-9 ମାକ୍ସ ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ଘଟଣାରେ ଆସିଛି ଏଭଳି ତତ୍ୟ । ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ପରେ ବିମାନରେ ଥିବା କିଛି ଜିନିଷ ମଧ୍ୟ ଉଡ଼ି ଯାଇଥିଲା । ଏହି ସମୟରେ କବାଟ ନିକଟରେ ଥିବା କିଛି ପର୍ଯ୍ୟଟକଙ୍କ ବ୍ୟାଗ ମଧ୍ୟ ଉଡ଼ି ଯାଇଥିଲା । ଯେଉଁଥିରେ ଫୋନ ମଧ୍ୟ ଥିଲାଘଟଣା ପରେ ଉକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଖୋଜାଖୋଜିରେ ଗୋଟିଏ ବ୍ୟାଗ ମିଳିଥିଲା । ଯେଉଁଥିରେ ଏକ ଆଇଫୋନ୍ ଥିବା ସନାଥନ୍ ବେଟ୍ସ ନାମକ ଜଣେ ବ୍ୟକ୍ତି ନିଜ ଏକ୍ସରେ କହିଛନ୍ତି । ସେ ଲେଖିଛନ୍ତି ରାସ୍ତା କଡ଼ରୁ ମିଳିଥିବା ବ୍ୟାଗରେ ଏକ ଫୋନ୍ ଥିଲା । ଫୋନ୍ ଟି ଏବେବି ପ୍ଲାଇଟ୍ ମୋଡରେ ଅଛି । ଫୋନ୍ର କିଛି ଅଂଶ ଫାଟିଯାଇଥିବା ବେଳେ ସେ ଫୋନର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ତେବେ ଫୋନ୍ର ମଡେଲ ସ୍ପଷ୍ଟ କରାଯାଇନି । ଏହା ଆଇ ଫୋନ୍ ୧୪ ପ୍ରୋ କିମ୍ବା ଆଇ ଫୋନ୍ ୧୫ ଫ୍ରୋ ବୋଲି ଅନୁମାନ କରାଯାଉଛି । ଘଟଣା ପରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଫୋନ ମିଳିଥିବାବେଳେ ବିମାନରୁ ଉଡ଼ିଥିବା ଡୋର ମିଳିନଥିବା କୁହାଯାଉଛି । ଶୁକ୍ରବାର ମଝି ଆକାଶରେ ଉଡ଼ି ଯାଇଥିଲା ବିମାନର କବାଟ । ଆମେରିକାର ବିମାନ କମ୍ପାନି ଆଲାସ୍କା ଏୟାର୍ ଲାଇନ୍ସର ବୋଇଂ 737-9 ମାକ୍ସ ବିମାନରେ ଏଭଳି ଘଟିଥିଲା । ବିମାନ ନମ୍ବର AS1282, ପୋର୍ଟଲାଣ୍ଡରୁ କାଲିଫର୍ଣ୍ଣିଆର ଓଣ୍ଟାରିଓ ଯାଉଥିଲା
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post