ପ୍ରଜ୍ଞାନ ରୋଭର ବୁଦ୍ଧି ପାଇଁ ବିଶାଳ ଗର୍ତ୍ତକୁ ବର୍ତ୍ତିଗଲା

ନୂଆଦିଲ୍ଲୀ – ଚନ୍ଦ୍ରଯାନ ୩ ମିସନରେ ପ୍ରଜ୍ଞାନ ରୋଭର ବୁଦ୍ଧି ପାଇଁ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ଗାତରେ ପଡିବା ପୂର୍ବରୁ ଅଲଗା ବାଟରେ ଯାଇ ରକ୍ଷାପାଇଛି ।  ପ୍ରଥମ ବାଧାକୁ ସଫଳତାର ସହ ସାମ୍ନା କରିଛି । ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ବୁଲି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ଲ୍ୟାଣ୍ଡର ମାଧ୍ୟମରେ ଅର୍ବିଟରକୁ ଏବଂ ପରେ ପୃଥିବୀରେ ଥିବା ସେଣ୍ଟରକୁ ତଥ୍ୟ ପ୍ରେରଣ କରୁଛି । ଏହାର ପ୍ରଥମ ବାଧାରେ ପ୍ରଜ୍ଞାନ ଏକ କ୍ରେଟର ବା ଚନ୍ଦ୍ରର ଗର୍ତ୍ତକୁ ସାମ୍ନା କରିଥିଲା । ପରେ ଦିଗ ପରିବର୍ତ୍ତନ କରି ଏହା ସୁରକ୍ଷିତ ଭାବେ ଚନ୍ଦ୍ର ପୃଷ୍ଟରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଛି । ଏହି ଗର୍ତ୍ତ ପାର୍ଶ୍ୱ ଦେଇ ପ୍ରଜ୍ଞାନ ରୋଭର ଗତି କରିଥିଲା । ଏହାକୁ ସଫଳତାର ସହ ପାର ହେବା ପରେ, ଭାରତର ମହାକାଶ ବିଜ୍ଞାନୀମାନେ ପ୍ରଜ୍ଞାନ ସମସ୍ତ ବାଧାବିଘ୍ନ ପାର କରି ସଫଳତାର ସହ ସମସ୍ତ କାର୍ଯ୍ୟ କରି ପାରିବ ବୋଲି ବିଶ୍ୱାସ ରଖିଛନ୍ତି ।