ଭାରତ ଆସୁଛନ୍ତି ପୁଟିନ୍, ସାଙ୍ଗରେ ଆସୁଛି ଦୁନିଆର ସବୁଠୁ ସୁରକ୍ଷିତ ନୂତନ ଟେକ୍ନୋଲୋଜି କାର୍
'Aurua Senat'; ଜାଣନ୍ତୁ କାହିଁକି ଏହା ସ୍ୱତନ୍ତ୍ର?
ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତାକାଲି ,ଡିସେମ୍ବର ୫ରେ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କ ଗସ୍ତ ସହିତ ତାଙ୍କର ଅଫିସିଆଲ୍ ଲିମୋଜିନ୍ କାର୍ Aurus Senat ମଧ୍ୟ ଭାରତରେ ପହଞ୍ଚିଛି, ଯେଉଁଥିରେ ସେ ଦିଲ୍ଲୀରେ ଯାତ୍ରା କରିବେ। ଏହି କାର୍ଟିକୁ ଦୁନିଆର ସବୁଠାରୁ ସୁରକ୍ଷିତ ଏବଂ ଶକ୍ତିଶାଳୀ ଗାଡ଼ି ମଧ୍ୟରୁ ଅନ୍ୟତମ ଭାବେ ଗଣାଯାଏ।Aurus Senat କାର୍କୁ ରୁଷ ସରକାର ସ୍ୱତନ୍ତ୍ର ଭାବରେ ପୁଟିନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରିଛି। ଏହାର ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତମାନର, ଯେଉଁଥିପାଇଁ ଏହାକୁ ଏକ ‘ଚଳମାନ ଦୁର୍ଗ’ କୁହାଯାଏ।ଏହାର ସମ୍ପୂର୍ଣ୍ଣ ଶରୀର (Body) ଏବଂ କାଚ ମୋଟା ଇସ୍ପାତ ଏବଂ ଆର୍ମର ପ୍ଲେଟ୍ରେ ତିଆରି ହୋଇଛି, ଯାହା ବିଭିନ୍ନ ପ୍ରକାରର ବୁଲେଟ୍ ଏବଂ ବିସ୍ଫୋରକକୁ ପ୍ରତିରୋଧ କରିବାର କ୍ଷମତା ରଖେ।ଏଥିରେ ସଂଯୋଗ ହୋଇଥିବା ଯୋଗାଯୋଗ ଏବଂ ଜରୁରୀକାଳୀନ ଆତ୍ମରକ୍ଷା (Emergency Defence) ବ୍ୟବସ୍ଥା ରହିଛି।ଏହି କାର୍ ପୁଟିନଙ୍କ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଭାରତ ଗସ୍ତ ସମୟରେ ମଧ୍ୟ ସେ ନିଜ ଦେଶର ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରୁଛନ୍ତି।