ଏରୋ ଇଣ୍ଡିଆ ୨୦୨୩

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟେଲାହାନକାର ବାୟୁସେନା ଷ୍ଟେସନରେ ଏରୋ ଇଣ୍ଡିଆ ୨୦୨୩ ର ୧୪ ତମ ସଂସ୍କରଣର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶ ତଥା ବିଦେଶର ପ୍ରଦର୍ଶକମାନେ ଏଥିରେ ଭାଗ ନେଉଛନ୍ତି। ଏହା ଏପର୍ଯ୍ୟନ୍ତ ସମସ୍ତ ରେକର୍ଡକୁ ଭଙ୍ଗ କରିଛି। ଏଥିରେ ଭାରତର ଏମଏସ୍‌ଏମଇ ମଧ୍ୟ ରହିଛି। ଏଥିରେ ସ୍ୱେଦେଶୀ ଷ୍ଟାର୍ଟଅପ ଏବଂ ବିଶ୍ୱର ଅନେକ ଜଣାଶୁଣା କମ୍ପାନୀ ମଧ୍ୟ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ବେଙ୍ଗାଲୁରୁର ୟେଲାହାଙ୍କା ବାୟୁସେନା ଘାଟିରେ ଏରୋଇଣ୍ଡିଆ ୨୦୨୩ ଚତୁର୍ଦ୍ଦଶ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି । ଏରୋ ଇଣ୍ଡିଆ-୨୦୨୩ର ବାର୍ତ୍ତା “ ଦି ରନ ୱେ ଟୁ ଏ ବିଲିୟନ ଅପରଚ୍ୟୁନିଟସ୍‌” ରହିଥିବାବେଳେ, ଏଥିରେ ୮୦ ରୁ ଊର୍ଦ୍ଧ୍ୱ ଦେଶର ଶହେ ବିଦେଶୀ ସହ ସାତ ଶହ ଭାରତୀୟ କମ୍ପାନୀ ଅଂଶ ଗ୍ରହଣ କରିବେ । ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁର ଆକାଶରେ ନବଭାରତର ସାମର୍ଥ୍ୟର ପ୍ରମାଣ ନିହିତ ଅଛି । “ଏହି ନୂତନ ଶିଖର ହେଉଛି ନବ ଭାରତର ବାସ୍ତବତା, ଆଜି ଭାରତ ନୂତନ ଶିଖର ଛୁଇଁଥିବା ବେଳେ ତାହାକୁ ଅତିକ୍ରମ ମଧ୍ୟ କରୁଛି” ବୋଲି ସେ କହିଥିଲେ । ସେ କହିଥିଲେ ଯେ ଏରୋ ଇଣ୍ଡିଆ-୨୦୨୩ହେଉଛି ଭାରତ ବର୍ଦ୍ଧିତ ସାମର୍ଥ୍ୟର ଉଜ୍ଜଳ ଦୃଷ୍ଟାନ୍ତ ଓ ଏହି କାର୍ଯ୍ୟକ୍ରମରେ ଶହେରୁ ଅଧିକ ଦେଶଙ୍କ ଉପସ୍ଥିତି ଭାରତ ଉପରେ ବିଶ୍ୱର ଆସ୍ଥାକୁ ପ୍ରତିପାଦିତ କରୁଛି ।
ଏଠାରେ ଭାରତୀୟ ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ୍ ଓ ବିଶ୍ୱର ସୁନାମଧନ୍ୟ କମ୍ପାନୀଗୁଡିକ ସମେତ ୭୦୦ରୁ ଅଧିକ ପ୍ରଦର୍ଶନକାରୀ ଯୋଗ ଦେଇଛନ୍ତି । ଏରୋ ଇଣ୍ଡିଆ ୨୦୨୩ ର ବାର୍ତ୍ତା ଦି ରନ ୱେ ଟୁ ଏ ବିଲିୟନ ଅପଚ୍ୟୁନିଟିସ୍ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଶକ୍ତି ଦିନକୁ ଦିନ ମଜବୁତ ହେଉଛି ବୋଲି କହିଥିଲେ । ପ୍ରଦର୍ଶନୀ ସହ ପ୍ରତିରକ୍ଷା ମନ୍ତ୍ରୀ ଓ ସିଇଡ ମାନଙ୍କ ଗୋଲଟେବୁଲ ବୈଠକ ପ୍ରତି ନଜର ଦେଇ ସେ କହିଥିଲେ ଯେ ଏହି କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ ଏରୋଇଣ୍ଡିଆର ସାମର୍ଥ୍ୟ ବୃଦ୍ଧି କରିବ । ଭାରତୀୟ ବୈଷୟିକ ପ୍ରଗତିର ପେଣ୍ଠସ୍ଥଳ କର୍ଣ୍ଣାଟକରେ ଏରୋଇଣ୍ଡିଆ ପ୍ରଦର୍ଶନୀ ହେଉଥିବାରୁ ପ୍ରଧାନମନ୍ତ୍ରୀ ଏହାର ଗୁରୁତ୍ୱ ଉପରେ ବୁଝାଇଥିଲେ । ବିମାନ ଉଡାଣ କ୍ଷେତ୍ରରେ ଏହା କର୍ଣ୍ଣାଟକ ଯୁବ ଗୋଷ୍ଠୀଙ୍କ ନିମନ୍ତେ ନୂତନ ଦିଗ ଉନ୍ମୋଚନ କରିବ । ଦେଶକୁ ମଜବୁତ କରିବାକୁ ପ୍ରତିରକ୍ଷା କ୍ଷେତ୍ରରେ ନିଜର ବିଶେଷଜ୍ଞତାର ପ୍ରୟୋଗ ପାଇଁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଯୁବାଗୋଷ୍ଠୀକୁ ଆହ୍ୱାନ ଦେଇଥିଲେ । “ଯେତେବେଳେ ନୂତନ ଭାବନା ଓ ମୂଲ୍ୟାୟନ ସହ ଦେଶ ଆଗକୁ ବଢେ ସେତେବେଳେ ନୂତନ ଭାବନା ସହ ଏହାର ପଦ୍ଧତିରେ ପରିବର୍ତ୍ତନ ଆସିଥାଏ ବୋଲି କହି ଏରୋଇଣ୍ଡିଆ -୨୦୨୩ ନବଭାରତର ମୂଲ୍ୟାୟନରେ ନୂତନ ଦିଗରେ ଉନ୍ମୋଚନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସମୟ ଥିଲା ଯେତେବେଳେ ଏରୋ ଇଣ୍ଡିଆ, କେବଳ ମାତ୍ର ଏକ ପ୍ରଦର୍ଶନ ହୋଇରହିଥିôଲା ଓ ଭାରତକୁ ବିକ୍ରି ପାଇଁ ଏକ ଝରକା ଭଳି ଥିଲା । ମାତ୍ର ସେ ଧାରଣରେ ବର୍ତ୍ତମାନ ପରିବର୍ତ୍ତନ ଆସିଛି । “ଆଜି ଏରୋ ଇଣ୍ଡିଆ ଭାରତର ଶକ୍ତ, କେବଳ ଏକ ପ୍ରଦର୍ଶନ ନୁହଁ ବୋଲି କହି ପ୍ରଧାନମନ୍ତ୍ରୀ ଏହା କେବଳ ପ୍ରତିରକ୍ଷା ଶିଳ୍ପର ପରିସରକୁ ପ୍ରଦର୍ଶନ କରୁନାହିଁ ବରଂ ଭାରତର ଆତ୍ମବିଶ୍ୱାସର ପ୍ରଦର୍ଶନ କରୁଛି” ବୋଲି କହିଥିଲେ । ଭାରତର ସଫଳତା ସାକ୍ଷୀ ହେଉଛି ଏହାର ସାମର୍ଥ୍ୟ । ତେଜସ୍‌, ଆଇଏନଏସ୍ ବିକ୍ରାନ୍ତ, ସୁରାଟ ଓ ଟୁମକୁରରେ ଆଗୁଆ ଓ ଆଧୁନିକ ନିର୍ମାଣ ସୁବିଧା ହେଉଛି ଆତ୍ମନିର୍ଭର ଭାରତର ସାମର୍ଥ୍ୟ ଯେଉଁଥିରେ ବିଶ୍ୱର ନୂତନ ବିକଳ୍ପ ଓ ସୁବିଧା ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ସଂସ୍କାର ଜରିଆରେ ପ୍ରତ୍ୟେକ କ୍ଷେତ୍ରରେ ବିପ୍ଳବ ଆସୁଥିବାରୁ ଏକବିଂଶ ଶତାବ୍ଦୀର ନବ ଭାରତ କୌଣସି ସୁଯୋଗ ହାତଛଡା କରିବ ନାହିଁ କି ଉଦ୍ୟମରେ ମଧ୍ୟ ହେଳା କରିବ ନାହିଁ ବୋଲି ସେ କହିଥିଲେ । ଯେଉଁ ଦେଶ ଦଶନ୍ଧି ଦଶନ୍ଧି ଧରି ପ୍ରତିରକ୍ଷା ସାମଗ୍ରୀ ଆମଦାନୀର ବୃହତ୍ତର ଥିଲା, ସେ ଏବେ ବିଶ୍ୱର ୭୫ଟି ଦେଶକୁ ସାମଗ୍ରୀ ରପ୍ତାନୀ କରୁଛି ବୋଲି କହିଥିଲେ । ଗତ ଆଠ-ଦଶ ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ଦେଖା ଦେଉଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨୦୨୪-୨୫ ସୁଦ୍ଧା ପ୍ରତିରକ୍ଷା ବାବଦ ରପ୍ତାନୀ ୧:୫ ବିଲିୟନରୁ ୫ ବିଲିୟନକୁ ବୃଦ୍ଧି ପାଇବ ବୋଲି କହିଥିଲେ । ଏଠାରୁ ଭାରତ ବିଶ୍ୱର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଓ ଆମର ଘରୋଇ କ୍ଷେତ୍ର ଓ ନିବେଶକ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ। ସେ ଘରୋଇ କ୍ଷେତ୍ରକୁ ପ୍ରତିରକ୍ଷା ଉତ୍ପାଦନରେ ନିବେଶ କରିବାକୁ ଆହ୍ୱାନ ଜଣାଇଥିଲେ । “ଆଜିର ଭାରତ ଶୀଘ୍ର ଚିନ୍ତା କରେ, ଆଗକୁ ଚିନ୍ତା କରେ ଓ ତୁରନ୍ତ ନିଷ୍ପତ୍ତି ମଧ୍ୟ ନିଏ ବୋଲି କହି ଶ୍ରୀ ମୋଦୀ ଭାରତର ଅମୃତ କାଳ ଓ ଲଢୁଆ ଜେଟ୍ ପାଇଲଟର ଏକ ସଦୃଶ୍ୟ ସମ୍ପର୍କରେ ଅବତାରଣା କରିଥିଲେ । ଭାରତ ଭଳି ଦେଶ ଭୟଭୀତ ନୁହଁ ବରଂ ନୂତନ ଶିଖର ଛୁଇଁବାକୁ ଉଲ୍ଲସିତ । ଭାରତ ଯେତେ ଶିଖର ଛୁଇଁବ, ଯେତେ ଉଚ୍ଚରେ ଉଡୁ ମାତ୍ର ତାହା ନିଜ ମୂଳକୁ କେବେ ଛାଡେ ନାହିଁ ବୋଲି ସେ କହିଥିଲେ ।  “ଏରୋ ଇଣ୍ଡିଆର କାନ ଅତଡା ଗୁଞ୍ଜରଣ ମଧ୍ୟରେ ଭାରତର ସଂସ୍କାର, କାର୍ଯ୍ୟ ଓ ଅବସ୍ଥାନ୍ତର ବାର୍ତ୍ତା, ପ୍ରତିଧ୍ୱନିତ ହେଉଛି ବୋଲି ସେ କହିଥିଲେ । ବ୍ୟାବସାୟିକ ସୁଗମତା ନିମନ୍ତେ ନିଅଯାଉଥିବା ସଂସ୍କାର ସମଗ ପୃଥିବୀ ଆଗରେ ରହିଛି । ବୈଶ୍ୱିକ ବିନିଯୋଗ ସହ ଭାରତୀୟ ନବୋନ୍ମେଷ ନେଇ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ପ୍ରତିରକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଓ ଲାଇସେନ୍ସ ଜାରି ନେଇ ପଦ୍ଧତିର ସରଳିକରଣ ମଧ୍ୟ କରାଯାଇଛି । ଚଳିତବର୍ଷ ବଜେଟରେ ନିର୍ମାଣକାରୀ ସଂସ୍ଥାଗୁଡିକ ନିମନ୍ତେ ଟିକସ ସୁବିଧା ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ ।  ଯେଉଁଠି ଚାହିଦା ଥିବ ସେଠାରେ ବିଶେଷଜ୍ଞତା ଅଭିଜ୍ଞତା ଓ ଶିଳ୍ପ ଅଭିବୃଦ୍ଧି ଅବଶ୍ୟାମ୍ଭବୀ । ବିଭିନ୍ନ କ୍ଷେତ୍ରକୁ ମଜବୁତ କରିବା ନିମନ୍ତେ ଉଦ୍ୟମ ଆହୁରି ଅଧିକ ହେବ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥୱର ଚାନ୍ଦ ଗେହେଲେଟ, ମୁଖ୍ୟମନ୍ତ୍ରୀ ଶ୍ରୀ ବାସବ ରାଜ ବୋମ୍ମାଇ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।